!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ବଲରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼ା)- ରାୟଗଡ଼ା ଜିଲ୍ଲାରେ ଧାନ ବିକ୍ରି ର ସଙ୍କଟ ସଙ୍କଟ ଦେଖାଦେଇଛି । ଚାଷୀ ମାନଙ୍କୁ ଆବଶ୍ୟକୀୟ ପରିମାଣର ଟୋକେନ୍ ମିଳୁ ନଥିବା ରୁ ଦଲାଲ ଓ ମଧ୍ୟସ୍ଥି ବେପାରୀ ମାନେ ମଲାମାଲ ହେଉଥିବା ବେଳେ ଚାଷୀ ହନ୍ତସନ୍ତ ହେଉଛି ।ଦଲାଲ ମାନେ ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ଦର ଠାରୁ କମ୍ ଦରରେ ଧାନ କିଣି ପୋଦଶୀ ରାଜ୍ୟକୁ ପଠାଇ ମାଲାମାଲ ହେଉଛନ୍ତି । ଚାଷୀ ସେମାନଙ୍କ ଧାନ କୁ ସରକାରଙ୍କୁ ବିକ୍ରି କରିବାପାଇଁ ଇଛା ପ୍ରକାଶ କରିଥିବା ବେଳେ ସେମାନଙ୍କୁଏନେଇ ତୋକେନ୍ ପାଇପାରୁ ନାହାନ୍ତି ବୋଲି ନବ ଭାରତ ନିର୍ମାଣ ସେବା ପାର୍ଟିର ଅଧ୍ୟକ୍ଷ ଡଃ ବୋମାଲି କାନ୍ତା ରାଓ ଅଭିଯୋଗ କରିଛନ୍ତି ।

ଜିଲ୍ଲାରେ ପଞ୍ଜୀକୃତ ହୋଇଥିବା ଚାଷୀ ଙ୍କୁ ଆବଶ୍ୟକୀୟ ପରିମାଣର ଧାନ ବିକ୍ରୟ ପାଇଁ ତୋକେନ ମେଲିପରୁନାହିଁ । ଫଳରେ ନିଜ ଉତ୍ପାଦିତ ଧାନ କୁ ମଣ୍ଡି ରେ ଚାଷୀ ବିକ୍ରୟ କରିପାରୁ ନାହାନ୍ତି । ଚାଷୀ ମାନେ ବାଧ୍ୟ ହୋଇ ଦଲାଲ ଙ୍କୁ କମ୍ ଦରରେ ଧାନ ବିକ୍ରି। କରିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟାର ସମାଧାନ ନିମନ୍ତେ ଚାଷୀମାନେ ଜିଲ୍ଲାପାଳ ଙ୍କୁ ଭେଟି ଫେରାଦ କରିଛନ୍ତି । ଚାଷୀ ସମସ୍ୟା ପ୍ରତି ଦୃଷ୍ଟି ଦିଆ ନଗଲେ ଆଗକୁ ଏନେଇ ଏକ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚାଷୀକୁଳ ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here