ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଗୁଣପୁର ଅଧିନସ୍ଥ ଜେଲପେଟା ସାହି ରୁ ଘାସି ସାହି ଦେଇ ଯାଉଥିବା ଡ୍ରେନ୍ ଟି ଅଳିଆ ଆବର୍ଜନା ରେ ପୁରି ରହୁଛି । ବର୍ଷା ହେଲେ ଡ୍ରେନ୍ ରେ ବହୁତ ପାଣି ଆସି ଅଳିଆ ଗୁଡ଼ିକ ରାସ୍ତା କୁ କାଦୁଅ କରୁଛି । ଏପରିକି ଏଗୁଡିକ ଏଠାରେ ସାହି ବାସିନ୍ଦା ଙ୍କ ବ୍ୟବହାର ନିମନ୍ତେ ରହିଥିବା ନଳକୂପ ନିକଟ ରେ ଜମି ପାଣି କୁ ଦୂଷିତ କରୁଥିବା ନେଇ ଅଭିଯୋଗ ହୋଇଛି ।

ଏହି ଅଳିଆ ଆବର୍ଜନା କୁ ସଫା କରିବା ନିମନ୍ତେ ପୌର ପରିଷଦ କତୃପକ୍ଷ ଙ୍କୁ ବାରମ୍ବାର ସାହି ବାସୀନ୍ଦା କହି ଆସୁଥିଲେ ମଧ୍ୟ ପୌର କତୃପକ୍ଷ ଙ୍କ ଏଥି ପ୍ରତି ନିଘା ନାହିଁ ।

ଏ ଦିଗ ରେ ଉଚିତ ପଦକ୍ଷେପ ନେବା ନିମନ୍ତେ ସାହି ବାସିନ୍ଦା ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି , ଉପ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ତହସିଲଦାର ମୋହଦୟା ଙ୍କୁ ଏକ ପତ୍ର ମାଧ୍ୟମ ରେ ଜଣାଇ ଥିଲେ ଏବଂ ପୌର କତୃପକ୍ଷ ଙ୍କୁ କଡ଼ା ନିର୍ଦ୍ଧେଶ ଦେବା ନିମନ୍ତେ ଅନୁରୋଧ କରିଥିଲେ ।

ଆଗାମୀ ଦିନ ରେ ସାହି ବାସିନ୍ଦା ଙ୍କ ଅନୁରୋଧ ର ଉପଜିଲ୍ଲାପାଳ ମୋହଦୟ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଲା ।

LEAVE A REPLY

Please enter your comment!
Please enter your name here