ଧୁମଧାମରେ ଗୁଡାରୀ ରେ ପାଳନ ହେଲା ଲୋକ ମହୋତ୍ସବ ଚଇତି…!

!!! ରାୟଗଡ଼ ଜିଲ୍ଲା ଗୁଡାରୀ ରୁ ନୀଳାଦ୍ରି ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଡ଼ାରି)- ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି ଆଜି ଧୁମଧାମରେ ପାଳିତ ହୋଇଯାଇଛି। ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ପରିସରରେ ଅସ୍ଥାୟୀ ମଣ୍ଡପରେ ଚଇତି ଉତ୍ସଵକୁ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସକାଳେ ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ରୁ ଗତ କାଲି ମିନାଝୋଲା ରୁ ଅଣା ଯାଇଥିବା ପୂର୍ଣ୍ଣ କଳସ କୁ ପୂଜାର୍ଚ୍ଚନା ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଚଇତି ମଣ୍ଡପକୁ ନିଆ ଯାଇଥିଲା। ଶୋଭାଯାତ୍ରାରେ ବିଧାୟକ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଆଦିବାସୀ ବାଦ୍ୟ ରେ ନାଚ କରିଥିଲେ।

ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମରୁ ଆସିଥିବା ଛାତ୍ରଛାତ୍ରୀ ଓ ଲୋକମାନେ ମଣ୍ଡପରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଚଇତି ଅବସରରେ ପଲ୍ଲୀଶ୍ରୀ ମେଳା ର ବିଭିନ୍ନ ଷ୍ଟଲ କୁ ବିଧାୟକ ଓ ଅଧିକାରୀ ମାନେ ବୁଲି ଦେଖିଥିଲେ। ପୂର୍ବରୁ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗିତା ଓ ଆଜି ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଡିଓ ଶ୍ରୀ ନୃସିଂହ ଚରଣ ସେଠି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଚଇତି ରେ ତହସିଲଦାର ଶ୍ରୀମତି ଭାରତୀ ଦେବୀ, ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର, ଉପାଧ୍ୟକ୍ଷ ଶ୍ରୀ ବିଶ୍ୱନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା, ଡିଗ୍ରୀ କଲେଜ ଅଧ୍ୟକ୍ଷ ଅମୂଲ୍ୟ ପ୍ରଧାନ, ଅତିରିକ୍ତ ତହସିଲଦାର ଶ୍ରୀ ହୃଷିକେଶ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଥାନା ଅଧିକାରୀ ଶ୍ରୀ ଦୀନବନ୍ଧୁ ଶବର ଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।

Leave a Reply

Your email address will not be published. Required fields are marked *