ଜିଲ୍ଲା ସାମ୍ୱାଦିକ ସଙ୍ଘର ବନ୍ଧୁମିଳନ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା)-  ରାୟଗଡ଼ା ଜିଲ୍ଲାର ଜିଲ୍ଲା ସାମ୍ୱାଦିକ ସଙ୍ଘର ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଭାକୁରଗୁଡା ଉଦ୍ୟାନ ବିଭାଗର ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ୨୦୧୯ ଠାରୁ କୋରୋନା କଟକଣା ଯୋଗୁଁ ସଂଘ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କିମ୍ବା ବୈଠକର ଆୟୋଜନ କରାଯାଇ ନଥିବା ବେଳେ ଦୀର୍ଘ ୩ବର୍ଷ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ଦିବଙ୍ଗତ ସାମ୍ବାଦିକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଶ୍ରୀ ଅଜୟ ରଥ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ କରିବା ପରେ ବୈଠକକୁ ସଙ୍ଘର ଉପଦେଷ୍ଟା ତଥା ପ୍ରତିଷ୍ଠାତା ଡଃ ଶ୍ରୀ ବାଦଲ ତା ପରିଚାଳନା କରିଥିଲେ । କମିଟିର କାର୍ଯ୍ୟକାଳ ସରି ଯାଇଥିବାରୁ ଉପସ୍ଥିତ ସଦସ୍ୟଙ୍କ ମତ ଗ୍ରହଣ ପରେ ନୂତନ କମିଟି ଚୟନ କରାଯାଇଥିଲା । ନୂତନ କମିଟିରେ ସଭାପତି ଭାବେ ସର୍ବସମ୍ମତିକ୍ରମେ ଡଃ ବାଦଲ କୁମାର ତା, ଉପ-ସଭାପତି ଭାବେ ଶ୍ରୀ ସୁରେଶ ମିଶ୍ର ଓ ଶ୍ରୀ ଅନିଲ ସାହୁକାର, ସାଧାରଣ ସମ୍ପାଦକ ଭାବେ ଶ୍ରୀ ରବୀନ୍ଦ୍ର ପାଟଖଣ୍ଡାଳ, ସମ୍ପାଦକ ଭାବେ ଶ୍ରୀ ଉମାକାନ୍ତ ନିମାଲପୁରୀ ଏବଂ ଶ୍ରୀ ରମାକାନ୍ତ ପାତ୍ର, କୋଷାଧ୍ୟକ୍ଷ ଭାବେ ଶ୍ରୀ ପ୍ରଶାନ୍ତ ପାଳ ଓ ଉପଦେଷ୍ଟା ଭାବେ ବିଜୟ ମିଶ୍ରଙ୍କୁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଟି ବ୍ଲକରୁ ୮୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ପୂର୍ବତନ ସଭାପତି ଅଜୟ ରଥ ସୁଚାରୁ ରୂପେ ସମସ୍ତ ଦାୟୀତ୍ବ ନିର୍ବାହ କରିଥିବା ବେଳେ ସଭାପତି ଡ଼ଃ ତା ତାଙ୍କ ବକ୍ତବ୍ୟରେ ସଂଘ ସାମୁହିକ ସହଯୋଗରେ ବ୍ୟବହାର ହେବା ଆବଶ୍ୟକ ଯାହାକି ଜିଲା ସାମ୍ବାଦିକ ସଙ୍ଘ ଆବିର୍ଭାବ ହେବାଠାରୁ ଦୀର୍ଘ ବର୍ଷ ଧରି ତୁଲାଇ ଆସିଛି । ଜିଲ୍ଲା ସାମ୍ବାଦିକ ସଂଘର ଏଭଳି ଚିନ୍ତା ଧାରାକୁ ନେଇ ଜିଲ୍ଲାର ସମସ୍ତ ବ୍ଲକ ପ୍ରତିନିଧିମାନେ ଆକୃଷ୍ଟ ହୋଇ ସଂଘରେ ସାମିଲ ହୁଅନ୍ତି । ଆଗାମୀ ଦିନରେ ମଧ୍ୟ ସଂଘ ସଦସ୍ୟ ମାନଙ୍କ ସାମୁହିକ ସହଯୋଗରେ ଜିଲ୍ଲାର ପ୍ରତ୍ୟେକ ଉନ୍ନତି କ୍ଷେତ୍ରରେ ନିଜର ଦାୟିତ୍ୱ ବହନ କରିବ । ଏହିଭଳି ସମସ୍ତଙ୍କ ଦାୟିତ୍ଵବୋଧ ରହିଲେ ସଂଘ ନିଶ୍ଚିତ ଆଗକୁ ବଢିବ ବୋଲି କହିଛନ୍ତି । ରାଜ୍ୟ ସ୍ତରର ସଂଘ ନୁହେଁ ବରଂ ଜିଲ୍ଲା ସ୍ତରର ସଂଘ ଗୁଡ଼ିକୁ ସଜାଡି ଜିଲ୍ଲାର ବୃହତ୍ତର ସମସ୍ୟାର ସମାଧାନରେ ବ୍ରତୀ ହେବାକୁ ମତ ପ୍ରକାଶ ପାଇଥିଲା । ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ ଶ୍ରୀ ଭୀମସେନ ଶବର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା, ଉତ୍କଳ ଆଲୁମିନା କମ୍ପାନୀର ସି ଏସ ଆର୍ ମୁଖ୍ୟ ଡଃ ଶ୍ରୀମତୀ ଲୋପାମୁଦ୍ରା ପ୍ରିୟଦର୍ଶିନୀ ଏବଂ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶ୍ରୀ ଡ଼ମ୍ବୁରୁଧର ପଣ୍ଡାଙ୍କ ସମେତ ଜିଲ୍ଲା ସ୍ତରୀୟ ଗଣମାଧ୍ୟମର ନେତୃବୃନ୍ଦ ଯଥା ଶ୍ରୀ ରଞ୍ଜନ ରଥ, ଶ୍ରୀ ଗୋପରଂଜନ ବକ୍ସିପାତ୍ର, ଶ୍ରୀ ଦୀପକ କୁମାର ପୃଷ୍ଟି, ଶ୍ରୀ ନିରଞ୍ଜନ ପାଳ, ଶ୍ରୀ ରଶ୍ମିରଞ୍ଜନ ଦୋରା, ଶ୍ରୀ ରଘୁନାଥ କାମ୍ବା ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ପ୍ରସାଦ ଲିମା ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *