ବିଧାୟକ ଙ୍କ ଦ୍ଵାରା ଜଙ୍ଗଲ ଜମି ପଟ୍ଟା ବଣ୍ଟନ ….!

!!! ରାୟଗଡ଼ ଜିଲ୍ଲା ରୁ ଶୁଭଜିତ ପଟ୍ଟନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡା ଜିଲ୍ଲା ରାମନାଗୁଡା ତହସିଲ ଅନ୍ତର୍ଗତ ଗୋଗୁପାଡୁ ପଂଚାୟତ ଅଧିନସ୍ଥ ଆଚପା , ଅଡ଼ାବାଇ,ପିରିବା ଆଦି ଗ୍ରାମର ଲୋକ ମାନଙ୍କୁ ରାମନାଗୁଡା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗୋଗୁପାଡୁ ପଞ୍ଚାୟତ ସ୍ଥିତ ଆଚପା ଠାରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ଦ୍ଵାରା ଜମି ପଟ୍ଟା ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୋଟ ୧୧୮ ଜନ ହିତାଧିକାରୀଙ୍କୁ ପଟ୍ଟା ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଙ୍କ ଉପସ୍ଥିତି ରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଯେଉଁ ଲୋକ ମାନେ ରାଜସ୍ୱ ବିଭାଗ ପକ୍ଷରୁ ଶିରୋନାମା ପାଇଛନ୍ତି ସେମାନଙ୍କୁ ଖୁବଶୀଘ୍ର ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦିଆଯିବ ଏବଂ ଯେଉଁ ଲୋକ ମାନଙ୍କର ଆଦୌ ଶିରୋନାମା ତାଲିକା ରେ ନାମ ପଞ୍ଜିକରଣ କରାଯାଇ ନାହିଁ ସେମାନଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଜଙ୍ଗଲ ଜମି ଆଇନ ମାଧ୍ୟମରେ ବ୍ୟବସ୍ଥା ଗ୍ରହଣ କରାଯାଇ ଶିରୋନାମା ପ୍ରଦାନ କରାଯିବ ବୋଲି ତହସିଲଦାର କହିବା ସହିତ ଜଙ୍ଗଲ ଜମି ପଟ୍ଟା ସମ୍ପର୍କିତ ସମସ୍ୟା ହେଉ କିମ୍ବା ତ୍ରୁଟି ଥାଏ କୌଣସି ପ୍ରକାର ପ୍ରମାଣ ପତ୍ର ପାଇବା ରେ ସମସ୍ୟା ଥାଏ ତେବେ ତହସିଲ କାର୍ଯ୍ୟାଳୟ କୁ ନ ଯାଇ ପ୍ରଥମେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ମାନଙ୍କୁ ଯୋଗାଯୋଗ କରିବାକୁ ବୁଝାଇଥିଲେ ।ପଟ୍ଟା ବଣ୍ଟନ ବେଳେ ରାଜସ୍ବ ବିଭାଗ କର୍ମଚାରୀଙ୍କ ସମେତ ଗୋଗୁପାଡୁ ସରପଞ୍ଚ ସଭାବତୀ ମାଣ୍ଡାଙ୍ଗି,ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ, ବିଜୟ ମାଣ୍ଡାଙ୍ଗି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *