ଏଥର ସମ୍ଭାଳ ବ୍ୟୁରୋ – (ଗୁଣପୁର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଉପଖଣ୍ଡ ସ୍ତରୀୟ କୃଷକ ଦିବସ ରାୟଗଡ ଜିଲ୍ଳା ଗୁଣପୁର ର କୃଷି ଉପନିର୍ଦ୍ଦେଶକ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ଅବସରରେ ଉପ ଜିଲ୍ଳାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଥିବା ଫାର୍ମର ଜମିରେ ଅକ୍ଷିମୁଠି ବା ବିହନ ବୁଣି ହଳ ବୁଲାଇଥିଲେ ।

ଚଳିତ ବର୍ଷ ଚାଷିଭାଇମାନେ ଭଲ ଫସଲ ଅମଳ କରି ନିଜର ଆର୍ଥିକ ସ୍ୱଚ୍ଛଳତାକୁ ସୁଦୃଢ କରିବା ସହ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସହାୟକ ହୁଅନ୍ତୁ ବୋଲି ଉପ ଜିଲ୍ଳାପାଳ ଶ୍ରୀ ବନ୍ଦର ପ୍ରକାଶ କରିଥିଲେ । ଅକ୍ଷୟ ତୃତୀୟା ଅବସରରେ ପୂଜକ ଦ୍ୱାରା ପୂଜାପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର, ଜିଲ୍ଲା କୃଷି ଅଧିକାରୀ ଶ୍ରି ବିଜୟ ସୋରେନ, କୃଷି ଅଧିକାରୀ ଶ୍ରି ରାଜେନ୍ଦ୍ର ସାହୁ ଓ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶ୍ରି ବିନୋଦ ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଅଂଚଳର ବହୁ ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here