ବ୍ଲକ ଗ୍ରାଣ୍ଟ ଭଳି କୁତ୍ସିତ ପ୍ରଥା ଉଚ୍ଛେଦ ପରେ ମଧ୍ୟ ଦୂର ହୋଇନାହି ଶିକ୍ଷକ ଙ୍କୁ ସରକାରୀ ଉପେକ୍ଷା…!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାୟଗଡା) – ରାୟଗଡ଼ା ଜିଲ୍ଲା ର ଜେ କେ ପୁର ଚାନ୍ଦିଲି ର ଦ୍ଵିଭାଷିକ ଉଚ ବିଦ୍ୟାଳୟ ରେ ଜିଲ୍ଲାର ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ କର୍ମଚାରୀ ସଂଘ ଗଠିତ ହୋଇଛି । ଏହି ସଂଘ ଗଠନ ବୈଠକରେ ଜିଲ୍ଲାର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ରହି ବ୍ଲକ ଅନୁଦାନ ଉଛେଡ ପରେ ମଧ୍ୟ ବିଭିନ୍ନ ଆଳରେ କରାଯାଉଥିବା ସରକାରୀ ଉପେକ୍ଷା ସଂର୍କୀତ ଆଲୋଚନା କରାଯାଇଥିଲା ଦୀର୍ଘ ଦିନ ହେବ ରାଜ୍ୟ ରେ ଓସ୍ତା ସଙ୍ଘ ସହ ମିଳିବ ଭାବେ ରାଜ୍ୟ ସରକାରଙ୍କ ଏହି ଉପେକ୍ଷା ବିରୋଧରେ ଆଲୋଚନା ଓ ଆନ୍ଦୋଳନ ପରେ ମଧ୍ୟ ସରକାର କରୁଥିବା ଉପେକ୍ଷା କୁ ଆଲୋଚନା କରି କ୍ଷୋଭ ଓ ନିନ୍ଦା କାରାଯାଇଥିଲା ଉଚ୍ଚ ତମ ନ୍ୟାୟାଳୟ ର ଦିଶା ନିର୍ଦେଶ ପରେ ମଧ୍ୟ କର୍ମଚାରୀ ମାନଙ୍କୁ ଅବସର କାଳିନ ଲାଭ ଦେବା ନିଷ୍ପତ୍ତି ରେ ବିଳମ୍ବ, ସପ୍ତମ ବେତନ ସୁପାରିଶ ରେ କର୍ମଚାରୀ ଭତା ଦେବା, ଚାକିରୀ ସର୍ତ୍ତାବଳୀ ଲାଗୁ କରିବା, ଟ୍ରାନ୍ସଫର, ଛୁଟି ଭଳି ସରକାରୀ ସୁବିଧା ପ୍ରଦାନ ଦାବୀ ଗୁଡ଼ିକ ସମ୍ପର୍କରେ ବିଷଦ ଆଲୋଚନା କରି ସରକାର ଙ୍କୁ ପ୍ରତ୍ୟେକ ପଂଚାୟତ ରେ ଥିବା ଏକମାତ୍ର ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଶିକ୍ଷାର୍ଥୀ ଓ ଶିକ୍ଷକ ମାନଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ତୁରନ୍ତ ସରକାର ନିଜେ ତାହାର ଦାୟିତ୍ୱ ନେବାକୁ ଅନୁରୋଧ ଓ ଦାବୀ କରାଗଲା । ଉପରୋକ୍ତ ସମସ୍ତ ଦାବୀ ଗୁଡିକୁ ସରକାରକଂ ପୂର୍ବରୁ ତୁହା କୁ ତୁହା ଆଲୋଚନା ପରେ ମଧ୍ୟ କୌଣସି ଫଳ ମିଳୁନଥିବା କାରଣରୁ ଏବଂ ଏହି ଶିକ୍ଷକ ମାନଙ୍କ ଦାୟିତ୍ୱ ନେଇଥିବା ଓସ୍ତା ସଙ୍ଘ ଦରକାର ଙ୍କ ଆନୁଗତ୍ୟ ପାଲଟିଥିବା କାରଣରୁ ଏହି ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ତରଫରୁ ନିନ୍ଦା କରାଯାଇ ତୁରନ୍ତ ନ୍ୟାର୍ଯ୍ୟ ଦାବିଗୁଡିକୁ ନ ମାନିଲେ ପ୍ରତ୍ୟେକ ଜିଲ୍ଲାରେ ଏଭଳି ସଂଗଠନ କରି ତୃଣମୁଳ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ କୁ ବିସ୍ତ୍ରୁତ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *