!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର)- ଦାରିଦ୍ରତା ଯୋଗୁଁ ପରିବାର ଆଧୁନିକ ସଭ୍ୟତା ଓ ସରକାର ସୁଯୋଗରୁ ଠାରୁ ବହୁ ଦୂରତରେ ଥିବାବେଳେ ଏବେ ଏକମାତ୍ର ପୁତ୍ର ଅଜଣାରୋଗରେ ପୀଡିତ ହୋଇ ଦୁଇଗୋଡ ଅକାମୀ ହୋଇଯାଇଛି । ଏଭଳି ଦଇବର ଦାଉ ଆଗରେ ଅସହାୟ ହୋଇପଡିଛନ୍ତି ଗୁଣପୁର ବ୍ଲକର ଡମ୍ବସରା ପଞ୍ଚାୟତ ଝିଙ୍କିରିସାହିର ଜଣେ ବାଳକ । ବୟସ ମାତ୍ର ୧୬, ପଞ୍ଚମ ଶ୍ରେଣୀ ଅଧ୍ୟୟନ ବେଳେ ଅଜଣା ରୋଗରେ ପୀଡିତ ହୋଇଥିଲା । ସେ ଦିନ ଠାରୁ ପରିବାର ଲୋକ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଇଥିଲେ ସୁଦ୍ଧା ଆଜି ପର୍ଯ୍ୟୟ ଭିନ୍ନକ୍ଷମ ହୋଇ ରହିଛନ୍ତି । ଉକ୍ତ ବାଳକକୁ ପାଠପଢିବାକୁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଗୋଡ ଦୁଇଟି ଅକାମୀ ହୋଇ ପଡିଥିବାରୁ ତାପାଇଁ ଶିକ୍ଷା ସପ୍ନ ପାଲଟି ଯାଇଛି । ଗୋଟିଏ ପଟେ ଦାରିଦ୍ରତା ଓ ଅନ୍ୟପଟେ ଶିକ୍ଷାରୁ ବଞ୍ଚିତ ସାଙ୍ଗକୁ ସ୍ୱାସ୍ଥ୍ୟ ସମସ୍ୟାରେ ଜୁଝି ବାଳକଜଣର ଗୁମୁରୀ ଗମୁରୀ କାନ୍ଦୁଛି । ଆହା ବୋଲି କହିବାକୁ ତାହାର କିଏ ନାହିଁ ।ସ୍ଥାନୀୟ ଡମ୍ବସରା ଗ୍ରାମର ଆଦିବାସୀ ବାଳକ ବିଭୂତି ଶବର(୧୫) ବାପା ମୀନକେତନ ଶବରଙ୍କ ଏକମାତ୍ର ପୁତ୍ର ଅଟନ୍ତି । ବିଭୂତିଙ୍କ ଆଉଜଣ ଭଉଣୀ ମଧ୍ୟ ଅଜଣା ରୋଗରେ ପଡି ମୃତ୍ୟୁବରଣ କରିଥିବାବେଳେ ବିଭୂତି ହିଁ ଏକମାତ୍ର ବାପା,ମାଆଙ୍କ ସାହାଭରସା ଥିଲା । ବିଭୂତିଙ୍କ ବାପା,ମାଆ ଦିନ ମଜୁରିଆ କାମ କରି ପରିବାର ଚଳନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମାମୁଁ ଘର ପଦ୍ମପୁର ବ୍ଲକ ଗୁଡିଆବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ବିଭୂତି । ସେ ବିଦ୍ୟାଳୟରେ ଜଣେ ମେଧାବୀ ଛାତ୍ର ଥିଲେ । ପଞ୍ଚମ ଶ୍ରେଣୀ ଅଧ୍ୟୟନ ସମୟରେ ହଠାତ୍‍ ଗୋଡ,ହାତ ବିନ୍ଧା ହୋଇଥିଲା । ପରିବାର ଲୋକ ପ୍ରଥମେ ଗୁଣପୁର ତାପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଚିକତ୍ସା ନିମନ୍ତେ ଅର୍ଥର ଅଭାବ ଯୋଗୁଁ ବିଭୂତିଙ୍କ ଅଣ୍ଟାରୁ ଗୋଡ ଯାଏଁ ସରୁ ହୋଇ ଆସୁଛି । ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ଅବଗତ କରିଥିଲେ ସୁଦ୍ଧା ଚିକିତ୍ସା ନିମନ୍ତେ କୌଣସି ସହାୟତା ପ୍ରଦାନ କରାଯାଇନାହିଁ । ଯାହାଫଳରେ ବିଭୂତିଙ୍କୁ ପରିବାର ଲୋକ ଚିକିତ୍ସା କରିବାରେ ସକ୍ଷମ ହୋଇନପାରି ଘରେ ପକାଇ ରଖିଛନ୍ତି । ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଭତ୍ତା ମଧ୍ୟ ପ୍ରଦାନ କରାଯାଉନାହିଁ । କେବଳ ଗୋଟିଏ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ଏହା ଚଳାଇବା ବିଭୂତିଙ୍କ ପାଇଁ ସମ୍ଭବପର ହେଉନାହିଁ । ଗତ ୪ବର୍ଷରୁ ଉଦ୍ଦ୍ୱର୍ ହେଲା ଶର୍ଯ୍ୟରେ ବିତୁଛି ଜୀବନ । ବିଭୁତି ଚାହୁଛି ସେ ପାଠପଢି ନିଜେ ମଣିଷ ହେବାସହ ପରିବାରର ଦୁଃଖକୁ ଲାଘବ କରିବ । ବିଡମ୍ବନା ସହାୟତାର ଅଭାବ । ଉକ୍ତ ବାଳକକୁ ଯଦି ପ୍ରଶାସନ ପକ୍ଷରୁ ଚିକିତ୍ସା ନିମନ୍ତେ ସହାୟତା କରାଗଲେ ସମାଜରେ ମୁଖ୍ୟତ୍ସୋତରେ ସାମିଲ ହୋଇପାରିବ । ଅନ୍ୟପକ୍ଷରେ ବାପା,ମାଆ ପିଲାଦିନରୁ ଜଣେ ମାତ୍ର ପୁଅକୁ ଦେଖି ହାଡଭଙ୍ଗା ପରିଶ୍ରମ କରି ବହୁ କଷ୍ଟରେ ଚଳି ଆସୁଥିଲେ । ପୁଅର ଏଭଳି ଅବସ୍ଥା ଯୋଗୁଁ ଦୁଃଖରେ ଭାଙ୍ଗି ପଡିଛନ୍ତି । ପ୍ରଶସାନ ତୁରନ୍ତ ବିଭୂତିକୁ ଚିକିତ୍ସା ସହାୟତାର ହାତ ବଢାଇବାକୁ ବିଭିନ୍ନ ମହଲରେ ଦାବୀ କରାଯାଉଛି ।

LEAVE A REPLY

Please enter your comment!
Please enter your name here