ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ସ୍ଥାନୀୟ ଦୈନିକ ହିତାଧିକାରୀ ପ୍ରତ୍ୟେକ ଦିନ ନିଜ ବ୍ୟବହାର ନିମନ୍ତେ ଗୁଣପୁର ଠାରେ ପ୍ରତିସ୍ଟିତ ଆଇ ଏସ୍ ଆଇ ମାର୍କ ପ୍ରାପ୍ତ ଏକ ୱାଟର ପ୍ରୋସେସିଂ ସଂସ୍ଥା ଠାରୁ ପାଣି ଆଣୁଥିଲେ ।

ପାଣି ଥଣ୍ଡା ନଥିବାରୁ ଗୋଟିଏ ବୋତଲ ରେ ପାଣି ବାହାର କରି ନିଜ ଫ୍ରିଜ ର ଡ଼ି ଫ୍ରିଜ ୟୁନିଟ ରେ ପାଣି ରଖିଥିଲେ । ତାକୁ ବାହାରକୁ ବାହାର କରି ଦେଖିଲା ବେଳ କୁ ପାଣି ବରଫ ପାଲଟି ଯାଇଥିବାରୁ ପିଇବା ଯୋଗ୍ୟ ହେବା ପର୍ଯ୍ୟନ୍ତ ପାଣି ବୋତଲ ଟିକୁ ବାହାରେ ରଖିଥିଲେ ।

ପିଇବା ପାଇଁ ପାଟି ପାଖକୁ ନେବା ବେଳେ ଦେଖାଗଲା ଏଥିରେ କିଛି ଅଂଶ ଭାଷମାନ ଅବସ୍ଥା ରେ ରହିଅଛି । ଏହା ପରେ ହିତାଧିକାରୀ ଜଣକ ଏହାର ଫୋଟ ଚିତ୍ର ଉଠାଇ ଜନସାଧାରଣ ଙ୍କ ଅବଗତି ନିମନ୍ତେ ଏହାକୁ ଏକ ସୋସିଆଲ ମିଡିଆ ରେ ଛାଡ଼ିଛନ୍ତି ।

ଜନତା ତଥା ଅନ୍ୟ ହିତାଧିକାରୀ ମାନଙ୍କୁ ସଚେତନ କରାଇବାକୁ ଯାଇ ସେ ପ୍ରଶ୍ନ କରିଛନ୍ତି ଯେ ” ଆମେ ପଇସା ଦେଇ ଏମିତି ପାଣି ପିଇବା ଫଳ ରେ କେଉଁ ପ୍ରକାର ରୋଗ କୁ ନିମନ୍ତ୍ରଣ କରୁଛୁ ଟିକେ ଚିନ୍ତା କରନ୍ତୁ ” ।

କିନ୍ତୁ ହିତାଧିକାରୀ ଜଣକ ସମ୍ପୃକ୍ତ ୱାଟର ପ୍ରୋସେସିଂ ସଂସ୍ଥା ର ନାମ କୁ ଉଲ୍ଲେଖ କରିନାହାଁନ୍ତି । ତଥାପି ଉଭୟ ସଂସ୍ଥା ମାଲିକ ଓ ହିତାଧିକାରୀ ଙ୍କ ମଧ୍ୟରେ ହୋଇଥିବା କଥୋପକଥନ ମଧ୍ୟ ଭାୟାରାଲ୍ ହୋଇଛି ।

ଏହାକୁ ପାଥେୟ କରି ଏହା ସ୍ଥାନୀୟ ମାରୁତି ଏକ୍ୱା ଓରଫ ଆୟୁର୍ ପ୍ଲସ୍ ୱାଟର ପ୍ରୋସେସିଂ ର ପାଣି ବୋଲି ସାଧାରଣ ରେ ଆଲୋଚନା ଜୋର ଧରିଛି । ପ୍ରକାଶ ଥାଉ କି ଏଥି ପୁର୍ବରୁ ଏହି ସଂସ୍ଥା ନାମ ରେ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଷ୍ଟପ୍ ମାର୍କେଟିଙ୍ଗ ର ନିର୍ଦ୍ଧେଶ ହେବା ପରେ ମାଲିକ ଜଣକ ସଂସ୍ଥା ର ନାମ ମାରୁତି ଏକ୍ୱା ନାମ କୁ ପରିବର୍ତ୍ତନ କରି ଆୟୁର୍ ପ୍ଲସ୍ ରଖି ନିଜ କାରବାର୍ ଚଲାଇଛନ୍ତି ।

ମାରୁତି ଏକ୍ୱା ରୁ ଆୟୁର୍ ପ୍ଲସ୍ ନାମ ପରିବର୍ତ୍ତନ ହେବା ପରେ ମଧ୍ୟ ପୁଣି ଆୟୁର୍ ପ୍ଲସ୍ ନାମ ରେ ପୁର୍ବ ଭଳି ଅନେକ ଅଭିଯୋଗ ଆସିଛି , ତଥାପି ଏହି ଅଞ୍ଚଳ ର ଦାୟିତ୍ୱ ରେ ଥିବା ଫୁଡ୍ ଆଣ୍ଡ ଆଡଳ୍ଟ୍ରେ ସନ ( Food & Adultration ) ଅଫିସର ଙ୍କ ଏଥି ପ୍ରତି ନିଘା ନାହିଁ ।

ବାରମ୍ବାର ମାରୁତି ଏକ୍ୱା ଓରଫ ଆୟୁର୍ ପ୍ଲସ୍ ସଂସ୍ଥା ନାମ ରେ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଉଭୟ ସଂସ୍ଥା ର ମାଲିକ ଏବଂ ଏହି ଅଞ୍ଚଳ ପାଇଁ କାର୍ଯ୍ୟରତ Food & Adultration ଅଧିକାରୀ ଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତା ଖୋଲୁନି ବୋଲି ସାଧାରଣ ରେ ଅଭିଯୋଗ ହେଉଛି ।

ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ସ୍ବାସ୍ଥ୍ୟ ର ସୁରକ୍ଷା ଦୃଷ୍ଟି ରୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର ହୋଇଥିବା ଅଭିଯୋଗ କୁ ଆଧାର କରି ଏହି ୱାଟର ପ୍ରୋସେସିଂ ସଂସ୍ଥା କୁ ଠାବ କରିବା ସହ ଏହା ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସ୍ଥାନୀୟ ଉପଭୋକ୍ତା ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here