Site icon Ethara Sambhala

ଇଶ୍ରମ କାର୍ଡ ସଂଶୋଧନ କରିଦେବୁ କହି ନିରୀହ ଲୋକ ଙ୍କ ଠାରୁ ଠକିନେଲେ ୫୦ ହଜାର ରୁ ଉର୍ଦ୍ଧ ଟଙ୍କା …!

!!! ରାୟଗଡା ଜିଲ୍ଲା କାଶୀପୁର ରୁ ପ୍ରତିନିଧି ମଧୁସୂଦନ ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କାଶୀପୁର)- ସହର ପରେ ଗାଁକୁ ଟାର୍ଗେଟ୍ । ଗାଁ ଗାଁରେ ସରଳ ନୀରିହ ଜନତାଙ୍କୁ ଠକେଇ ପାଇଁ ନୂଆ ତରିକା ଆପଣାଇଛନ୍ତି ଠକ । ବାସ୍ କେଇ ମିନିଟରେ ଆଙ୍ଗୁଠି ଛାପ ନେଇ ଖାଲି କରି ଦେଉଛନ୍ତି ଆକାଉଣ୍ଟ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁର୍ଗମ ତୁଡୁକାବାହାଲ ପଞ୍ଚାୟତ କୁନ୍ଦୁପୁଟ ଗାଁରୁ ଆସିଛି ଠକେଇ ଅଭିଯୋଗ । ସୂଚନା ଅନୁସାରେ, ଗାଁକୁ ୨ ଜଣ ଅଜଣା ଯୁବକ ଆସି କହିଥିଲେ ଇ-ଶ୍ରମ କାର୍ଡ ଭୁଲ୍ ଅଛି । ଆଉ ସେମାନଙ୍କ କଥାରେ ଭଳି ଯାଇଥିଲେ ଗାଁର ଏକାଧିକ ନୀରିହ, ସରଳ ଆଦିବାସୀ । ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଶ୍ରମ କାର୍ଡ ସଂଶୋଧନ ନାଁରେ ଗାଁର ୮ ପରିବାରର ଫିଙ୍ଗର ପ୍ରିଣ୍ଟ ନେଇଥିଲେ ୨ ଯୁବକ । ଆଉ ଦୁର୍ବୃତ୍ତ ଗାଁ ଛାଡ଼ି ଚାଲିଯିବା ପରେ ଖାଲି ହୋଇ ଯାଇଥିଲା ଆକାଉଣ୍ଟ । ଗୁରୁ ମାଝୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଜାଣିବା ପରେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି । ପୂର୍ବରୁ ଠକ ଅନଲାଇନ୍ ଫ୍ରଡ୍ କରୁଥିବା ବେଳେ ଓଟିପି ମାଧ୍ୟମରେ ଆକାଉଣ୍ଟ ଖାଲି କରି ନେଉଥିଲେ । ଏବେ ଏ ଠକଙ୍କ ନଜର ଗାଁ ଉପରେ । କାହାର ଆଧାର କାର୍ଡ ତ କାହାର ଶ୍ରମ କାର୍ଡ ସଂଶୋଧନ ନାଁରେ ଠକେଇ କରୁଛନ୍ତି । ଯଦି ଆପଣଙ୍କ ଗାଁକୁ କି ଘରକୁ କିଏ ଏଭଳି ଭୁଲ୍ ସଂଶୋଧନ ପାଇଁ ଆସୁଛି ତ ସତର୍କ ରୁହନ୍ତୁ । ନଚେତ୍ ଆପଣ ବି ହରାଇ ପାରନ୍ତି ଆପଣଙ୍କ କଷ୍ଟ ଉପାର୍ଜିତ ଧନ ।

Exit mobile version