!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ସ୍ଥାନୀୟ ଜି ଆଇ ଇ ଟି ଵିଶ୍ଵବିଦ୍ୟାଳୟ ଗୁଣୁପୁର ଅଧିନସ୍ଥ କୃଷି ମହାବିଦ୍ୟାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ ଆଜି ପାଳିତ ହୋଇଯାଇଛି l ଏହି ଅଵସରରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷିଣ ଓଡିଶାରେ କୃଷିର ବିକାଶରେ ଶିକ୍ଷାନୁଷ୍ଠାନ ର ଭୂମିକା ବିଷୟରେ ଆଲୋକପତ କରିଥିଲେ l ସଂମ୍ମାନୀୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ସ୍ଥାନୀୟ ଚାଷୀ ମାନେ ସମ୍ମୁଖୀନ ହେଊଥିବା ବିଭିନ୍ନ ସମସ୍ୟା ଏବଂ ତାହାର ସମାଧାନ ଉପରେ ଗୁରୁତ୍ୱଆରୋପ କରିଥିଲେ l ଅନୁଷ୍ଠାନର ମହାନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଯୋଗ ଦେଇ ଅନ୍ତ ବିଭାଗୀୟ ଗବେଷଣା କୁ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ l ପ୍ରଫେସର କୈଲାସ ବିହାରୀ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ l

କୃଷି ମହାବିଦ୍ୟାଳୟର ଡିନ ପ୍ରଫେସର ସନ୍ତୋଷ କୁମାର ପଣ୍ଡା ଅନୁଷ୍ଠାନର ପ୍ରଗତି ତଥା ଭବିଷ୍ୟତ ପରିକଳ୍ପନା ବିଷୟରେ କହିଥିଲେ l ଏହି ଅଵସରରେ ଅନୁଷ୍ଠାନର ପୁରାତନ ଛାତ୍ର ଆମର୍ତ୍ୟ ନାରାୟଣ ବିଶି ଅଧ୍ୟୟନ ସାରି ନିଜେ ଜଣେ କୃଷି ଉଦ୍ୟୋଗୀପତି ହୋଇ ଏକ ଉଦାହରଣ ସୃଷ୍ଟି କରିଥିବା ଏବଂ ଛାତ୍ରୀ ନେହା ପଟ୍ଟନାୟକ ଜାତୀୟ ସ୍ତରୀୟ କ୍ରସ ବୋ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ଏହି ଦୁଇ ଜଣଙ୍କୁ ଅତିଥିଙ୍କ ଦ୍ୱାରା ସ୍ମାରକୀ ପ୍ରଦାନ କରି ସଂମ୍ମାନିତ କରାଯାଇଥିଲା l ପ୍ରଫେସର ସୁଧାଂଶୁ ଶେଖର ମିଶ୍ର , ଶେଷ ବର୍ଷର ଛାତ୍ର ଆଶୁତୋଷ ବିଶ୍ୱାଳ ଏବଂ ଛାତ୍ରୀ ମହିମା ତେଜସ୍ୱିନୀ ପ୍ରମୁଖ କୃଷି ମହାବିଦ୍ୟାଳୟ ବିଷୟରେ ନିଜ ନିଜ ମନ୍ତ୍ୟବ୍ୟ ପ୍ରକାଶ କରିଥିଲେ l ସହକାରୀ ଅଧ୍ୟାପିକା ଡ଼ ରାଜେଶ୍ୱରୀ ଦାସ ଏବଂ ସନ୍ଧ୍ୟାରାଣୀ ନନ୍ଦ ମଂଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସହକାରୀ ଡିନ (ପ୍ରଶାସନ) ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ସଭାରେ ସ୍କୁଲ ଅଫ ଇଂଜିନିରିଂର ଏଣ୍ଡ ଟେକ୍ନୋଲୋଜିର ଡିନ ଡ଼. ଏ .ବି .ଶ୍ରୀନିବାସ ରାଓ , ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ ,ଅଧ୍ୟାପକ ,ଅଧ୍ୟାପିକା , ଛାତ୍ରଛାତ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ lଏହା ସହ ସନ୍ଦ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସହକାରୀ ଅଧ୍ୟାପିକା ମିତା ମେହେର, ରାଶିପ୍ରଭା ମହାରଣା, ଟେନ୍ସିରାଣୀ ପ୍ରଧାନ ,ସହକାରୀ ଅଧ୍ୟାପକ ଶୁଭ୍ରଜ୍ୟୋତି ମିଶ୍ର ,ଅଭିନବ ମିଶ୍ର ,ଶୁଭ୍ରତ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here