ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଗୁଣପୁର ଜଗନ୍ନାଥ ମନ୍ଦିରର ଉନ୍ନୟନ କମିଟି ଗଠନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୪ ଘଟିକା ସମୟରେ ଗୁଣୁପୁର ତହସିଲଦାର କାର୍ଯ୍ୟକାଳ ପରିସରରେ ଅନୁଷ୍ଠିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ, ଗୁଣପୁର ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୋଡ଼, ଡ ସତ୍ୟ ପ୍ରକାଶ ପଣ୍ଡା ମଞ୍ଚାସୀନ ହୋଇଥିଲେ।ଜଗନ୍ନାଥ ମନ୍ଦିରର ପୂର୍ବତନ ପରିଚାଳନା କମିଟିର ସଦସ୍ୟ ମାନେ ଏଥିରେ ଯୋଗ ଦେଇ ମନ୍ଦିରର ଉନ୍ନତି ନିମନ୍ତେ ଏବଂ ନୂତନ କମିଟି ଗଠନ ନିମନ୍ତେ ଆଲୋଚନା କରିଥିଲେ।
ଜଗନ୍ନାଥ ମନ୍ଦିର ଉନ୍ନୟନ ଓ ପରିଚାଳନା ନିମନ୍ତେ କମିଟିର ନୂତନ ସଭାପତି ଭାବେ ଡ ସତ୍ୟ ପ୍ରକାଶ ପଣ୍ଡାଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରି ସଭାପତି ଭାବେ ସୂର୍ଯ୍ୟନାରାୟଣ ପଣ୍ଡା, ଉପ ସଭାପତି ଭାବେ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ, ସମ୍ପାଦକ ଭାବେ ନିରଞ୍ଜନ ପାଢୀ , ଯୁଗ୍ମ ସମ୍ପାଦକ ଭାବେ ଏସ୍ ବାବା ପ୍ରସାଦ ଏବଂ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟନାରାୟଣ ନାୟକଙ୍କୁ ଚୟନ କରାଯାଇଛି। ମାର୍ଗଦର୍ଶକ କମିଟି ରେ ଦେବେନ୍ଦ୍ର ଚୌଧୁରୀ, ଡ ରାମ ମହାନ୍ତି, ମନୋରଂଜନ ରଥ ଏବଂ କୃଷ୍ଣ ଚନ୍ଦ୍ର ବେବର୍ତା ଙ୍କୁ ଚୟନ କରାଯାଇଛି। ପରିଚାଳନା କମିଟି ର ସଦସ୍ଯ ଭାବେ ଉମା ଦାଶ , ରଞ୍ଜିତ ପାଢି, ଅକ୍ଷୟ ଦାଶ, ପଂଣିଭୁଷଣ ପଟ୍ଟନାୟକ ଙ୍କୁ ଚୟନ କରାଯାଇଛି। ମନ୍ଦିର ର ସେବା ଓ ସୁରକ୍ଷା କମିଟି ଗଠନ କରାଯାଇ ସେଥିରେ ଗାଜ ପାଳ, ହୃଷିକେଶ ରଥ, ଶକ୍ତି ଦାଶ,ତ୍ରିପତି ରଥ , ବି ସତୀଶ କୁମାର,ଡ଼ ପ୍ରଶାନ୍ତ ହୋତା ,କୃଷ୍ଣ ପଣ୍ଡା , ଚିନ୍ମୟ ପାଣିଗ୍ରାହୀ,ଲାଡି ଇଶ୍ଵର ରାଓ ଙ୍କୁ ଚୟନ କରାଯାଇଛି। ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା ପଣ୍ଡା ଏକ ସୁନ୍ଦର ବଗିଚା ନିର୍ମାଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।