ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ ଜିଲ୍ଲା ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଏସୋସିଏସନ ଗୁଣପୁର ବ୍ଲକ ତରଫରୁ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗୁଣପୁର ବ୍ଲକ ଆଇନ୍ ଉପଦେଷ୍ଟା ପ୍ରଦୀପ କୁମାର ଦାସ, ବ୍ଲକ ସଭାପତି ଜସ୍ଵ ଶ୍ଵିନୌ ମହାପାତ୍ର, ରାୟଗଡ ବିଜୁ ଶ୍ରମିକ ସଂଗଠନ ର ରାଜ୍ଯ ସମ୍ପାଦକ ନିରଞ୍ଜନ ପତ୍ର, ସନ୍ଧ୍ୟା ରାଣୀ ବାରିକ ଓ ଗୁଣପୁର ବ୍ଲକ ସଂଗଠନ ର୍ ସମସ୍ତ୍ ସଭ୍ୟା ଉପସ୍ଥିତ ଥିଲେ ଆଜିର ସଭାରେ ଅବସର ଗ୍ରହଣ କରିଥିବା କର୍ମଚାରୀ ମାନଙ୍କୁ ସରକାର ତରଫରୁ ସହାୟତା ପ୍ରଦାନ କରାଯାଉ ଥିବାରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।

ସମସ୍ତ୍ ସଭ୍ୟା ନକ୍ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ଅଣ୍ଡା ସମସ୍ୟା ଓ କେନ୍ଦ୍ର ରେ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏପରିକି ଦରମା ବୃଦ୍ଧି ଓ ସ୍ଥାୟୀ କାରଣ ସମ୍ପର୍କରେ ଆଲୋଚନା କରାଯିବା ସହ ସଂଗଠନ ମାଧ୍ୟମ ରେ ଅନ୍ୟନ୍ୟ ଦାବୀକୁ ସରକାର ନକ୍ ନିକଟରେ ଉପସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଆଗାମୀ ବୈଠକ ଅଗଷ୍ଟ ୨୮ ରେ କରାଯାଇ ନୂତନ ନିଯୁକ୍ତି କର୍ମକର୍ତ୍ତା ଙ୍କୁ ଓ ଅବସର ଗ୍ରହଣ କରିଥିବା କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଗଲା ।

LEAVE A REPLY

Please enter your comment!
Please enter your name here