ନିର୍ଦ୍ଵନ୍ଦରେ ସମବାୟ ସଭାପତି ଭାବେ ନିର୍ବାଚିତ ହେଲେ ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ …!

!!! ଭବାନୀପାଟଣା ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ କୁଟୃଖମାର ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ ର ସଭାପତି ଭାବେ ନିର୍ବାଚିତ ହେଲେ ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ। ସମିତିର ୧୫ ଗୋଟି ନିର୍ବାଚନ ମଣ୍ଡଳୀ ଥିବା ବେଳେ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିନା ପ୍ରତିଦ୍ବନ୍ଦିତାରେ ଡାଇରେକ୍ଟର ଭାବରେ ଶ୍ରୀଯୁକ୍ତ ଲକ୍ଷ୍ମୀ ଧର ମାଝୀ, ଧନୁ ଗହିର, ଜଗଦିଶ ଯାଦବ, ଅହିଧ୍ୱଜ ନାଗ, ଭୁଜ ନାଗ,ତୁଳମଣି ନାଗ, ରୁକଧର ମାଝୀ, ଟିକଚନ ଧଙ୍ଗଡାମାଝୀ, ପୁରୁଷୋତ୍ତମ ଗହିର, ବିରେନ୍ଦ୍ରନାଥ ସୁନାନୀ , ପୂର୍ଣ୍ଣ ଚନ୍ଦ୍ର ଶବର, କରୁଣା ଚଣ୍ଡି, ଭୀମ ଭୋଇ, ଶ୍ରୀମତୀ ଅହଲ୍ୟା ନାଗ, ପଦ୍ମିନୀ ନାଗ ନିର୍ବାଚିତ ହୋଇ ଥିଲେ। ଗତ ୧୨ ତାରିଖ ଦିନ ସଭାପତି ପଦବୀ ପାଇଁ ୩ ଜଣ ପ୍ରାର୍ଥୀ ମନୋନୟନ ପତ୍ର ନିର୍ବାଚନ ଅଧିକାରୀ ମାନଗୋବିନ୍ଦ ଦଳାଇଙ୍କ ନିକଟରେ ଦାଖଲ କରିଥିଲେ । ତେବେ ୧୩ ତାରିଖ ୨ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଥିବାରୁ ନିର୍ଦ୍ଵନ୍ଦରେ ଡାଇରେକ୍ଟର ଶ୍ରୀ ନାଗ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେବାକୁ ପଥ ପରିଷ୍କାର ହୋଇ ଯାଇଥିଲା। ଶେଷରେ ନିର୍ବାଚନ ଅଧିକାରୀ ତାଙ୍କୁ ନିର୍ବିରୋଧ ସଭାପତି ନିର୍ବାଚିତ ହୋଇ ଥିବାର ଘୋଷଣା କରିଥିଲେ। ଶ୍ରୀନାଗ ସମିତି ର ସମସ୍ତ ଡାଇରେକ୍ଟର ଙ୍କୁ ସାଧୁବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *