!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ନଡ଼ିଆ ବୋଝେଇ ଟ୍ରକରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ କୁ ମାଡିବସିଲା ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ।ଗଜପତିରୁ ଦିଲ୍ଲୀ କୁ ୫ କ୍ୟୁଣ୍ଟାଲ ୧୦କିଲୋ ଗଞ୍ଜେଇ ଚୋରା ଚାଲାଣ ବେଳେ ଜଣେ ମାଫିଆ ଗିରଫ। ଗତ ଏକ ମାସ ମଧ୍ୟରେ ବିଷମ କଟକ ପୁଲିସ କୁ ମିଳିଛି ପୁଣି ଆଉ ଏକ ବଡ଼ ସଫଳତା ।ବର୍ତ୍ତମାନ ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ସମୟରେ ବିଭିନ୍ନ ଅଭିନବ ଉପାୟ ମାଧ୍ୟମରେ ଗଞ୍ଜେଇ ଚୋର ଚାଲାଣ କରୁଥିବା ବାରମ୍ବାର ନଜରକୁ ଆସୁଛି।କୌଣସି ବିଶେଷ ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ନିକଟ କୁ ଖବର ଆସିଥିଲା। ଏଭଳି ଖବର ଆସିବ ପରେ ଗତ କାଲି ବିଳମ୍ବିତ ରାତିରେ ଏହି ଗଞ୍ଜେଇ ଟ୍ରକ କୁ ମାଡି ବସିଥିଲା ବିଷମ କଟକ ପୋଲିସ । ବିଷମ କଟକ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କର୍କରା ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ୪୬ ନମ୍ବର୍ ରାଜ୍ୟରାଜପଥର ହାଜାରୀ ଡାଙ୍ଗ ନିକଟରେ ଯାଞ୍ଚ କରିବା ସମୟରେ ଏହି ନଡ଼ିଆ ବୋଝେଇ ଟ୍ରକ କୁ ଅଟକାଇ ଥିଲା। ମିନୀ ଟ୍ରକ ରେ ଗଞ୍ଜେଇ ଥିବା ଜାଣିବା ପରେ ଟ୍ରକ ସହ ଗଞ୍ଜେଇ ମାଫିଆ କୁ ଥାନାରେ ଅଟକ ରଖାଯାଇଥିଲା। ଟ୍ରକ ଡାଲା ରେ ଯାଞ୍ଚ କରିବା ସମୟରେ ନଡ଼ିଆ ବସ୍ଥା ତଳେ ୧୭ ପେକେଟ ଗଞ୍ଜେଇ ବାହାରିଥିଲା।ଏହି ମିନୀ ଟ୍ରକ ଟି ଗଜପତି ଜିଲାରୁ ୩୪ ଗୋଟି ନଡ଼ିଆ ବସ୍ତା ତଳେ ଗଞ୍ଜେଇ ରଖି ଚୋରା ଚାଲାଣ ହେଉଥିବା ଜଣା ପଡ଼ିଛି। ଏନେଇ ବିଷମ କଟକ ଥାନା ରେ ଏନଡିପିଏସ୍ ମାମଲା ରୁଜୁ କରି ଜଣେ ମାଫିଆ କୁ ଗିରଫ କରିଛି। ଗିରଫ ହୋଇଥିବା ଗଞ୍ଜେଇ ମାଫିଆ ଙ୍କ ପରିଚୟ ସହରଫ ବୋଲି ଜଣା ପଡ଼ିଛି । ତାଙ୍କ ଘର ମିୱାତ ଜିଲ୍ଲାର ନାଗିନ ଥାନା ଅଞ୍ଚଳ ହୋଇଥିବା ବେଳେ ତାଙ୍କ ନିକଟରୁ ଗୋଟାଏ ମୋବାଇ ଏକ ହୋଜର ଟଙ୍କା ନଗଦ ଜବତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ପୋଲିସ। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ୫୦ ହୋଜର ବୋଲି ପୁଲିସ ସୂତ୍ରରୁ ଜଣା ପଡ଼ିଛି। ଏହି ଗଞ୍ଜେଇ ର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ ଏଥିରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ଖଲତାଡ଼ କରୁଥିବା ବିଷମ କଟକ ଥାନା ଅଧିକାରି ସୂଚନା ଦେଇଛନ୍ତି।