ଥେରୁବାଲି ଠାରେ ସମସ୍ତ ଯାତ୍ରୀବାହି ଟ୍ରେନ ରହଣି ଦାବି ନେଇ ନାଗରିକ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ…!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା ଥେରୁବାଲି ଠାରେ ସମସ୍ତ ଯାତ୍ରୀବାହୀ ଟ୍ରେନ ରହଣି ଦାବି ନେଇ ଆଜି ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗର ଇଷ୍ଟକଷ୍ଟ ଜେନେରାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଥେରୁବାଲି ଏକ ଶିଳ୍ପ ସମୃଦ୍ଧି ସହର ସହ ପାତାଳେଶ୍ୱର ମହାଦେବଙ୍କ ପ୍ରଶିଦ୍ଧ ଶୈବ ପୀଠ ଭଳି ପର୍ଯ୍ୟଟନ ସ୍ଥଳୀ ରହିଥିବା ହେତୁ ଏଠାକୁ ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ରୁ ବହୁ ଶିଳ୍ପପତିଙ୍କ ସମତେ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ରେଳ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ଖାମ ଖିଆଲି ମନଭାବ ଯୋଗୁଁ ଥେରୁବାଲିକୁ ଆସୁଥିବା ଯାତ୍ରୀ ରାୟଗଡା ଯାଇ ଦୀର୍ଘ ୨୫ କିଲୋମିଟର ବାଟ ଦେଇ ପୁଣି ଥେରୁବାଲି ଆସିଥାନ୍ତି। ଏହି ଅସୁବିଧା ନେଇ ଅଞ୍ଚଳବାସୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଡିଆରଏମ ଜେନେରାଲ ମ୍ୟାନେଜରଙ୍କୁ ବାରମ୍ବାର ଦେଖା କରି ଥେରୁବାଲି ଠାରେ ସମସ୍ତ ଯାତ୍ରୀବାହି ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଥେରୁବାଲି ମିଳିତ ନାଗରିକ ମଞ୍ଚ ପକ୍ଷରୁ ରେଳ ବିଭାଗର ଇଷ୍ଟ କଷ୍ଟ ଜେନେରାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଥେରୁବାଲି ଷ୍ଟେସନ ମାଷ୍ଟରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ଜୁନ ୧୮ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ତାହେଲେ ୧୯ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସମସ୍ତ ମାଲବାହି ଟ୍ରେନ ସହିତ ଯାତ୍ରୀବାହି ଟ୍ରେନ ଥେରୁବାଲି ଠାରେ ଅଟକାଇ ଦିଆଯିବ ବୋଲି ଥେରୁବାଲି ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି। ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ରେଳ ବିଭାଗ କର୍ତୃପକ୍ଷ ଦାୟୀ ରହିବେ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ଏଥିରେ ଥେରୁବାଲି ନାଗରିକ ମଞ୍ଚ ସଭାପତି ଏମ ଗୌରୀଶଙ୍କର, ସାଧାରଣ ସମ୍ପାଦକ ଭାସ୍କର ସିଂ ମନୋଡା, କାର୍ଯ୍ୟକାରୀ ସଭାପତି ଅଶୋକ ହିକକା, ନକୁଳ ସେନାପତି ଓ ନିରଞ୍ଜନ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *