Site icon Ethara Sambhala

କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ଯବସ୍ଥା, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟିଲେ ଏନଏସି ଅଧ୍ୟକ୍ଷ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଞ୍ଜାମ)- ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଛି ଅବ୍ଯବସ୍ଥା। ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ଆଇପିଏଚ୍ ଷ୍ଟାଣ୍ଡାର୍ଡ ମାନ୍ଯତା ପାଇଥିବା ବେଳେ ଏଠାରେ ୪ ଟି ସ୍ପେଶାଲିଷ୍ଟ ଓ ୨ ଟି ଏମ୍ ବି ବି ଏସ୍ ଡାକ୍ତର ରହିବା କଥା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଜଣେ ବି ଡାକ୍ତର ଏଠାରେ ନାହାନ୍ତି। ଜଣେ ଆୟୁଷ ଡାକ୍ତରଙ୍କ ଦ୍ବାରା ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। କେବଳ ଡାକ୍ତର ନୂହେଁ, ଅନ୍ଯାନ୍ଯ ଷ୍ଟାଫ୍ ମଧ୍ୟ ଆବଶ୍ୟକତା ଠାରୁ ଅତି କମ୍ ସଂଖ୍ୟକ ରହିଛନ୍ତି। ଫଳରେ ମେଡିକାଲ ରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ଅତି ଛୋଟ ଛୋଟ ରୋଗ କ୍ଷେତ୍ରରେ ଏଠି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବେଗୁନିଆପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉନ୍ନତ ମାନର ଯନ୍ତ୍ରପାତି ଥାଇ ମଧ୍ୟ କୌଣସି କାମରେ ଲାଗୁନି। ନିରାମୟ ଔଷଧରୁ ବଞ୍ଚିତ ହେଉଛନ୍ତି ଲୋକେ। ଲୋକେ ବାଧ୍ୟ ହୋଇ ଘରୋଇ କ୍ଲିନିକ୍ ଓ ହସ୍ପିଟାଲ୍ ଉପରେ ନିର୍ଭର କରୁଛନ୍ତି। ଗରିବ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏସବୁ ଅବ୍ଯବସ୍ଥାକୁ ନେଇ ଆଜି ଏନ୍ଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ପ୍ରତିନିଧି ରଜନୀ ସେଠୀ, କୋଦଳା ବିଜେପି ଯୁବମୋର୍ଚ୍ଚା ଅଧ୍ଯକ୍ଷ ଭଗବାନ ସ୍ୱାଇଁ, ରବୀନ୍ଦ୍ର ପରିଡା ପ୍ରମୁଖ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛନ୍ତି ।ଏଥି ସହିତ ଗଞ୍ଜାମ ଜିଲ୍ଲାପାଳ, ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି। ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି କରାଯାଇଛି ।

Exit mobile version