ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାୟଗଡ଼ା ଜିଲ୍ଲା ଗୁଣପୁର ଗୋଷ୍ଠୀ ଶିକ୍ଷା ଅଞ୍ଚଳ ଅଧୀନସ୍ଥ ନାଉଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଦାଶ ଙ୍କ ଅଧ୍ୟକ୍ଷତାରେ ସହକାରୀ ଶିକ୍ଷକ ଶ୍ରୀ ସୁନୀଲ କୁମାର ଦାଶ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି…! ଶ୍ରୀ ଦାଶ ୦୬/୦୯/୮୦ ମସିହାରେ କାର୍ଯ୍ୟ ରେ ଯୋଗ ଦେଇଥିଲେ…! ସେହି ଦିନ ଠାରୁ ଅଦ୍ୟାବଧି ସେ କାର୍ଯ୍ୟ କରିଥିବା ବିଦ୍ୟାଳୟ ଗୁଡିକରେ ଉତ୍ତମ୍ ଶିକ୍ଷାଦାନ ଦେଇ ସମସ୍ତ ଙ୍କ ପ୍ରିୟ ଭାଜନ ଓ ପ୍ରଶଂସିତ ହୋଇଛନ୍ତି…! ଶ୍ରୀ ଦାଶ କାର୍ଯ୍ୟରତ ନିଜ ଜୀବନ୍ କାଳ ଭିତରେ ହରିପୁର ରୋଡ ଶିକ୍ଷକ ସଂଘ କୁ ସକ୍ରିୟ ବହୁ ବାର ସଭାପତି ଓ ଉପଦେଷ୍ଟା ରହି ଶିକ୍ଷକ ଙ୍କ ସମସ୍ତ ସୁବିଧା ଅସୁବିଧାରେ ଆଗରେ ଠିଆ ହୋଇ ସେମାନଙ୍କ ଅଧାପାନ୍ତରିତ କାର୍ଯ୍ୟ କୁ ପୁରଣ କରିବା ସହ ସବୁବେଳେ ସହଯୋଗ ର ହାତ ବଢ଼ାଇ ଆସିଥିବାରୁ ଆଜିବି ଶିକ୍ଷକ ମହଲରେ ସମସ୍ତ ଙ୍କ ନିକଟରେ ନିଜର ହୋଇ ରହି ପାରିଛନ୍ତି….!
ଆଜି ଶ୍ରୀ ଦାଶ ନିଜ କାର୍ଯ୍ୟ ରୁ ଅବସର ନେଇ ଥିବାରୁ ଶିକ୍ଷକ ସାମାଜ ଜଣେ ଶିକ୍ଷକ ସେବୀ ମନୋବୃତ୍ତି ବନ୍ଧୁ ଙ୍କୁ ହରାଇଛି ବୋଲି ଶିକ୍ଷକ ଓ ଶିକ୍ଷକ ନେତା ମାନେ ମତ ପ୍ରକାଶ କରିଛନ୍ତି…! ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଦାଶ, ଶିକ୍ଷକ ଶ୍ରୀଧର ସୁବୁଦ୍ଧି, ବିମଳ ନାୟକ, ପ୍ରସନ୍ନ କୁମାର ହୋତା, ସନ୍ଧ୍ୟାରାଣୀ ନାୟକ, ସି. ଆର. ସି. ସି ରୋଜି କୋରା ଙ୍କ ସମେତ ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ରାଜଗୁରୁ ମହାପାତ୍ର ଯୋଗ ଦେଇ ଶ୍ରୀ ଦାଶ ଙ୍କ ଚରିତ୍ର, କାର୍ଯ୍ୟଦକ୍ଷତା ଓ ଶିକ୍ଷାଦାନ ଶୈଳୀ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ…! ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଶ୍ରୀ ଦାଶ ଙ୍କ ସହଯୋଗୀ ଏବଂ ଶିକ୍ଷାଦାନ ଶୈଳୀ ର ଉଚ୍ଚ ପ୍ରସଂଶା କରି ବକ୍ତବ୍ୟ ପ୍ରଦାନ କରିଥିଲେ…! ଉପସ୍ଥିତ ବିଦ୍ୟାର୍ଥୀ ଶିକ୍ଷକ ଶ୍ରୀ ଦାଶ ଙ୍କ ଛାତ୍ର ବତ୍ସଳ ଓ ପ୍ରାଞ୍ଜଳ ଶିକ୍ଷା କୌଶଳ ବିଷୟ ନେଇ ଉପସ୍ଥାପନା କରିବା ବେଳେ କାନ୍ଧି ପକାଇଥିଲେ…! ବିଦ୍ୟାଳୟ ପକ୍ଷରୁ ଅବସର ପ୍ରାପ୍ତ ବିଦାୟୀ ଶିକ୍ଷକ ଶ୍ରୀ ସୁନୀଲ କୁମାର ଦାଶ ଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଶ୍ରୀ ଦାଶ ବିଦ୍ୟାଳୟ ରେ ପଢୁଥିବା ସମସ୍ତ ବିଦ୍ୟାର୍ଥୀ ଙ୍କୁ ସ୍ନେହଭରା ଉପହାର୍ ଦେଇ ବିଦାୟ ନେଇଥିଲେ…! ଶ୍ରୀ ଦାଶ ଙ୍କ ଅବସର ନେବା କିଛି ଦିନ ପୂର୍ବରୁ ସାମାଜିକ ଗଣ ମାଧ୍ୟମରେ କଟାକ୍ଷ କରି ସାମ୍ବାଦିକ ମାନଙ୍କ ଭୀଷ୍ମ ପିତାମହ ବୋଲି ହେଉଥିବା ଚର୍ଚ୍ଚା କୁ ବସର ପରେ ଏହି ଚର୍ଚ୍ଚା ରେ ପୂର୍ଣ୍ଣଛେଦ ପକାଇ ଏହାକୁ ସତ୍ୟ କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ଦାଶ ନିଜ ପ୍ରତିକ୍ରିୟା ରଖିଛନ୍ତି..!