!!! ଭୃଗୁ କହିଲେ ରାଣୀ କଲ୍ୟାଣୀ ଗଜପତି ଭାରି ପଡିବେନି ବିଜେପି ପାଇଁ !!!
ଏଥର ସମ୍ଭାଳ ବ୍ୟୁରୋ (ଗଜପତି) – ଦୀର୍ଘ ୧୯ ବର୍ଷ ହେଲା ଏକ ସ୍ଥାଣୁ ଓ ଅପାରଗ ସରକାର ର ଅତ୍ୟାଚାର କୁ ସହି ଆସିଲେଣୀ ଓଡିଶା ବାସୀ । ଚଳିତ ନିର୍ବାଚନ ଦେଶ ଓ ଓଡିଶା ର ଭବିଷ୍ୟତ ନିର୍ଧାରଣ କରିବ । କେନ୍ଦ୍ର ରେ ମୋଦୀ ଙ୍କ ସରକାର ହେବା ନିଶ୍ଚିତ ବୋଲି କହିଥିଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡିଶା କୁ ଏକ ଓଡ଼ିଆ କହୁଥିବା , ଲୋକ ଙ୍କ ସହ ଓଡ଼ିଆ ରେ କଥା ହେଉଥିବା ଏବଂ ଲୋକ ଙ୍କ କଷ୍ଟ ବୁଝି ପାରୁଥିବା ଓଡ଼ିଆ ମୁଖ୍ୟମନ୍ତ୍ରୀ ଦରକାର କୌଣସି ଇଂଲଣ୍ଡ ର ଇଂରେଜ ରେ କହୁଥିବା ମୁଖ୍ୟମନ୍ତ୍ରୀ ଆବଶ୍ୟକ ନାହିଁ ବୋଲି ଶ୍ରୀ ଅମିତ ସାହ କହିଥିଲେ ।
ଗତ କାଲି ଅର୍ଥାତ ଏପ୍ରିଲ ୧ ରେ ପାରଳାଖେମୁଣ୍ଡି ର ବିଜୟ ସଂକଳ୍ପ ସଭା ରେ ଯୋଗ ଦେଇ ନିଜକୁ ଗର୍ବିତ ଅନୁଭବ କରିଥିଲେ ଶ୍ରୀ ସାହା ।
ଏପ୍ରିଲ ୧ ରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡିଶା ଙ୍କୁ ସ୍ବତନ୍ତ୍ର ରାଜ୍ୟ ର ମାନ୍ୟତା ମିଳିଥିଲା । ୧୯ ବର୍ଷ ହେବ ଯିଏ ଓଡ଼ିଶା ର ମୁଖ୍ୟ ଭାଷା ଓଡ଼ିଆ କହି ପାରୁନାହାନ୍ତି ସେହି ନବୀନ ସରକାର ବଦଳାଇବା ସମୟ ଆସିଛି , ପଦ୍ମ ଫୁଟାଇବା ସମୟ ଆସିଛି , ଯୁବକ ମାନେ ରୋଜଗାର ନିମନ୍ତେ ବାହାର ରାଜ୍ୟ କୁ ଆଉ ଯିବେନି ବୋଲି ଶ୍ରୀ ସାହା କହିଥିଲେ ।
ବିଜେଡ଼ି ପାରଳାଖେମୁଣ୍ଡି ରାଣୀ ସୁଶ୍ରୀ କଲ୍ୟାଣି ଗଜପତି ଙ୍କୁ ପ୍ରାର୍ଥୀ କରିବା ପଛରେ ବହୁ କାରଣ ରହିଛି ଏବଂ ବିଜେଡ଼ି ନିଜ ପ୍ରଚାର ନିମନ୍ତେ ରାଜ ପ୍ରାସାଦ କୁ ବ୍ୟବହାର କରୁଛି ବୋଲି ଆରୋପ ଲଗାଇଥିଲେ ଶ୍ରୀ ଭୃଗୁ ବକ୍ସି ପାତ୍ର ।
ଶ୍ରୀ ପାତ୍ର କହିଥିଲେ ଆଜ ଙ୍କୁ ଦୀର୍ଘ ଦିନ ଧରି ବିଜେଡ଼ି ସରକାର ରେ ରହି ରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜ ଙ୍କ ନହର ର ରକ୍ଷଣା ବେକ୍ଷଣ କରିପାରିଲା ନାହିଁ କିମ୍ବା ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେଇ ପାରିଲା ନାହିଁ କିନ୍ତୁ ବିଜେପି ସରକାର କୁ ଆସିଲେ ଏବଂ ପାରଳାଖେମୁଣ୍ଡି ବିଧାୟକ ଭାବେ ଶ୍ରୀ କେ ନାରାୟଣ ରାଓ ବିଜୟୀ ହେଲେ ସେ ଏହା କରି ଦେଖାଇବେ ।