Site icon Ethara Sambhala

ଭୁଶୁଡ଼ିଗଲା ୧୦ ଲକ୍ଷ ଟଙ୍କା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସମ୍ପ୍ରତି ହୋଇଯାଇଥିବା ବୈସାକ୍ଷୀ ପବନରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ହୋଇଥିବା ପାଚେରୀ ଟି ଭୁଶୁଡି ପଡିଛି । ଖବର ନେବାରେ ଜଣାଡିଛି,ଏକ ମାସ ତଳେ ଡମ୍ବାସରା ଉଚ୍ଚ ବାଳିକା ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ଥାନୀୟ ଆଇ॰ଟି॰ଡିଏ ପକ୍ଷରୁ ଏହି ପାଚେରୀଟି ନିର୍ମାଣ ହୋଇଥିଲା । ପାଚେରୀଟି ଏତେ ଦୃଢ଼ ଭାବେ ନିର୍ମାଣ ହୋଇଥିଲା ଯେ ହାଲକା ପବନରେ ଏହା ଭୁଶୁଡି ପଡିଛି ବୋଲି କଟାକ୍ଷ ହେଉଛି । ଏହି ପାଚେରୀ ଟି କାହା ଦ୍ୱାରା ନିର୍ମାଣ ହୋଇଛି,ଏହି ପାଚେରୀଟି ନିର୍ମାଣ ପରେ କେଉଁ ଯନ୍ତ୍ରୀ ମହୋଦୟ ଏହାକୁ ତଦାରଖ କରି ବିଲ କରିଛନ୍ତି, ଏଥିରୁ ସିଏ କେତେ ଟଙ୍କା ହାତଗୁଞ୍ଜ। ନେଇଛନ୍ତି ଏହାର ଏକ ବିଧିବଦ୍ଧ ତଦନ୍ତ କରାଯାଇ ପାଚେରୀ ନିର୍ମାଣ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତି ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ବ୍ୟୟିତ ଅର୍ଥ ସେମାନଙ୍କ ହାତ ପାଣ୍ଠିରୁ ଆଦାୟ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି ।

Exit mobile version