Site icon Ethara Sambhala

ଆମ ଜଙ୍ଗଲ ଓ ବନ୍ୟ ଜନ୍ତୁ କେତେ ସୁରକ୍ଷିତ, ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରାୟଗଡ ଜିଲ୍ଲାର ଜଙ୍ଗଲ ଓ ଏଠାରେ ରହୁଥିବା ବନ୍ୟଜନ୍ତୁ…!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ରାୟଗଡ଼ା) – କୁହାଯାଉଛି ବୃକ୍ଷ ହିଁ ଜୀବନ। ବୃକ୍ଷ ଓ ମଣିଷ ଉଭୟେ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ବୃକ୍ଷ ବିନା ଜୀବ ଜଗତ ବଞ୍ଚି ପାରିବେନି। ଯଦି ଆଜି ଆମ ବଣ ଜଙ୍ଗଲ କୁ ଆମେ ନିଜେ ଧ୍ଵଂସ କରୁଛେ ତେବେ ଆଗାମୀ ଦିନରେ ଆମର ଅସ୍ଥିତ୍ଵ କେତେ ସୁରକ୍ଷିତ ତାହା ଚିନ୍ତା ର କାରଣ ଅଟେ। ବୃକ୍ଷ, ଜଙ୍ଗଲ, ବନ୍ୟ ଜନ୍ତୁ ଓ ପ୍ରାଣୀ ମାନେ ହିଁ ଏହି ଧାରା ଧାମ ର ସୋନ୍ଦର୍ଯ୍ୟ କୁ ବୃଦ୍ଧି କରିଥାଏ। ଆମ ଜିଲ୍ଲା ରାୟଗଡ ସର୍ବଦା ଘଞ୍ଚ ଜଙ୍ଗଲ, ସବୁଜିମାରେ ପରିପୂର୍ଣ ପାହାଡ ଓ ଏଠାରେ ହଜାର ହଜାର ନିରୀହ ବନ୍ୟ ପ୍ରାଣୀ ରହି ଆସୁଥିଲେ , ସେମାନଙ୍କ ସୁରକ୍ଷା ଆମ ଜିଲ୍ଳାର ସୌନ୍ଦର୍ଯ୍ୟ କୁ ଆହୁରି ଦ୍ଵିଗୁଣିତ କରୁଥିଲା। ଏହାର ସୁରକ୍ଷା ପାଇଁ ଆମ ସରକାର ସବୁବେଳେ ଚେଷ୍ଟିତ। ସରକାର ଏହାର ରକ୍ଷଣା ବେକ୍ଷଣ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଏହାର ଦାୟିତ୍ଵ ପ୍ରଦାନ କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ମଧ୍ୟସ୍ଥିରେ ହିଁ ଆଜି ରାୟଗଡ଼ା ଜିଲ୍ଲା ବନାଞ୍ଚଳରେ ଚାଲିଛି ହରିଲୁଟ। ଏଠାରେ ବୃକ୍ଷଲତା ଠାରୁ ବନ୍ୟପ୍ରାଣୀ ଆଉ ସୁରକ୍ଷିତ ନୁହନ୍ତି । ଗୋଟିଏ ପଟେ ଜଙ୍ଗଲ ସୃଷ୍ଟି ନାମରେ ଲୁଟ ହେଉଥିବା ବେଳେ ଏଠାରେ ବସ ବାସ କରୁଥିବା ବନ୍ୟଜନ୍ତୁ ମଧ୍ଯ ଅସୁରକ୍ଷିତ । ଜଙ୍ଗଲ ଭିତରେ ଥିବା ବନଜନ୍ତୁଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି ବନ ବିଭାଗ ଅଧିକାରୀ । ଗତ ଦୁଇଦିନ ଭିତରେ ଗୋଟିଏ ବାଘ ଛାଲ ଜବତ ହୋଇଥିବା ବେଳେ ଆଉ ଦୁଇଟି ହାତୀଦାନ୍ତ ଜବତ ହେବା ସ୍ପଷ୍ଠ କରୁଛି ।

ତେବେ ପ୍ରଶ୍ନ ଉଠୁଛି ବାଘର ଛାଲ ଜବତ ହୋଇଥିବା ବେଳେ ବାଘ କୁଆଡ଼େ ଗଲା । ହାତୀର ଦାନ୍ତ ଜବତ ହୋଇଥିବା ବେଳେ ହାତୀ କୁଆଡ଼େ ଗଲା ଏହାର ଉତ୍ତର ଦେଇ ପାରୁନାହିଁ ବନ ବିଭାଗ । ଭୂବନେଶ୍ଵର ଠାରୁ ୬ ଜଣିଆ ସ୍ୱତନ୍ତ୍ର ଟିମ ଏସଟିଏଫ ଆସି ଚନ୍ଦ୍ରପୁର ଜଙ୍ଗଲରୁ ଆଣିଥିବା ବସ୍ତି ଠାରୁ ରାମନାଗୁଡ଼ା ନିକଟସ୍ଥ ବାଙ୍ଗୀ ଗ୍ରାମରେ ଜୟନ୍ତ ବିଭର( ୩୫ ) ଙ୍କ ଠାରୁ ୧୧୭ ସିଏମ ଥିବା କଲରାପତରିଆ ବାଘ ଚମଡ଼ା ଜବତ କରାଯାଇଥିବା ବେଳେ ଠିକ ସେହିପରି ସବୁ ଜାଣି ଅଜଣା ହୋଇ ଚୁପ ରହିଥିବା ଗୁଡ଼ାରୀ ବନାଞ୍ଚଳ ଅଧିକାରୀ ଏସଟିଏଫ ଟିମ ଆସିଥିବା ଜାଣି ପଦ୍ମପୁର ତହସିଲ କେନ୍ଦୁଗୁଡ଼ା ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ହସ୍ତିନାପୁର କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ କରିଥିଲେ । ସେ ଦୁଇଟି ହାତୀ ଦାନ୍ତ ମଧ୍ୟରୁ ଗୋଟିଏ ୩ କିଲୋ ୭୦ ଗ୍ରାମ ଓ ଅନ୍ୟଟି ୩ କିଲୋ ୩୧୦ ଗ୍ରାମ ହୋଇଥିବା ବେଳେ କେନ୍ଦୁଗୁଡ଼ା ଫାଣ୍ଡି ଅଧିନସ୍ଥ କିନ୍ଦ୍ରାଗୁଡ଼ା ଗ୍ରାମର ଯାକବ ମାଝୀ ଓ ଡେରିଗାଁ ଗ୍ରାମର ପଦ୍ମନ କାଡ୍ରାକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏଭଳି ପରିପ୍ରେକ୍ଷିରେ ଉଭୟ ବନ୍ଯଜନ୍ତୁକୁ ଶୀକାର କରୁଥିବା ମାଫିଆ ହୁଅନ୍ତୁ ବା ଜଙ୍ଗଲ କ୍ଷୟ ହେଉଥିବା ଘଟଣା ହେଉ ଦୁଇଟିଯାକ ଉପରେ ସରକାରୀ ବାବୁଙ୍କ ଉପରୁକୁ ଆଙ୍ଗୁଠି ଉଠୁଛି । ତେବେ ସରକାଙ୍କ ଠାରୁ ପ୍ରତି ମାସରେ ଦରମା ।ବାବଦକୁ ମୋଟା ଅଙ୍କର ରାଶି ନେଉଥିବା ବେଳେ ଜଙ୍ଗଲ ଭିତରେ ବାଘ ଓ ହାତୀ ଦାନ୍ତ ମରୁଛି ବା ମାରୁଛନ୍ତି କେମିତି । ଅପର ପକ୍ଷରେ ଜଙ୍ଗଲ ସୃଷ୍ଠି ନାମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ପ୍ରତି ବର୍ଷ ପାହାଡ଼ ଲଣ୍ଡା ହୋଇ ହୋଇଯାଉଛି କେମିତି । ଏହା ଗୋଟିଏ ବଡ଼ ପ୍ରଶ୍ନ ହୋଇ ଉଠୁଛି ।

ଅପର ପକ୍ଷରେ ହାତୀ ଦାନ୍ତ ଓ ବାଘ ଚମଡ଼ାର ସ୍ପଷ୍ଟୀକରଣ କାହିଁକି ଦେଉନାହିଁ ବନ ବିଭାଗ । ସେ ବାଘ ଛାଲ ଏବଂ ହାତୀ ଦାନ୍ତ କେଉଁଠୁ ଆସିଲା କେବେ ସେ ହାତୀକୁ ଶୀକାର କାରାଯାଇଥିଲା । ସେ ହାତୀ ବା ବାଘ କେଉଁ ଅଞ୍ଚଳର ବା କେଉଁ ଜଙ୍ଗଲରରେ ବିଚରଣ କରୁଥିଲା, ତାହାର ସମ୍ପୁର୍ଣ୍ଣ ସୂଚନା ଦେଉନଥିବା ବା ନିର୍ବାକ ସାଜିଥିବା ବିଭାଗୀୟ ଅଧିକାରୀ ମାନଙ୍କର ସମ୍ପୃକ୍ତି ଥିବା ବାରି ହେଉଛି । ସବୁଠାରୁ ବିଡ଼ମ୍ବନାର କଥା ରାୟଗଡ଼ା ଜିଲ୍ଲାରେ ଏତେ ବଡ ବଡ ପାରିବା ଭଳି ଅଧିକାରୀମାନେ ରହିଥିବା ବେଳେ ଭୁବନେଶ୍ଵର ଠାରୁ ଏସଟିଏଫ ଟିମ ଆସି ଯଦି ଜବତ କରିବାରେ ସଫଳ ହେଉଛି । ତେବେ ଏହା ନିଶ୍ଚୟ ବିଭାଗର ଗୋଟିଏ ବଡ଼ କଳା କାରନାମା ଚାଲିଥିବା ଅଙ୍ଗୁଳି ଦିର୍ଦ୍ଦେଶ କରୁଛି। ଏ ବିଷୟରେ ଗୁଡ଼ାରୀ ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର କହିଛନ୍ତି ଆମ ଜଙ୍ଗଲରେ ଥିବା ହାତୀ ସୁରକ୍ଷିତ ଅଛନ୍ତି ଏବଂ ଏହି କାରବାରରେ ବିଭାଗୀୟ ସମ୍ପୃକ୍ତି ନେଇ କୈଣସି ସୂଚନା ନାହିଁ । ତେବେ ଏ ବିଷୟରେ ସଠିକ ସୂଚନା ପାଇଁ ଜିଲ୍ଲା ବନାଞ୍ଚଳ ଅଧିକାରୀ କିଜୟ କୁମାର ପରିଡ଼ା ସରକାରଙ୍କ ଦ୍ଵାରା ପ୍ରଦତ୍ତ ଫୋନର କଲ ଗ୍ରହଣ କରୁନାହାନ୍ତି । ଏଥିରୁ ଅନୁମେୟ କରନ୍ତୁ ଆମ ଜଙ୍ଗଲ ଓ ବନ୍ୟଜନ୍ତୁ କେତେ ସୁରକ୍ଷିତ। ତେଣୁ ଯେଉଁ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥି ନିମନ୍ତେ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବେନି ଏବଂ ଏହି ଲାଞ୍ଚୁଆ ଅଧିକାରୀଙ୍କ ପ୍ରତି ଉଚିତ୍ ପଦକ୍ଷେପ ନେବେ ନାହିଁ ସେ ପର୍ଯ୍ୟନ୍ତ ଆମର ଏହି ପ୍ରକୃତି ପ୍ରଦତ୍ତ ସବୁଜ ଜଙ୍ଗଲ, ସବୁଜିମା ଭରା ପାହାଡ ଓ ବନ୍ୟଜନ୍ତୁ ଆଉ ରହିବେ ନାହିଁ ଆଉ ଆଗାମୀ ଦିନରେ ସବୁ ଟାଙ୍ଗରା ହୋଇଯିବ କି ଲୋକେ ଆଉ କୋଇଲିର ମଧୁର ସ୍ୱର୍ ଶୁଣିବାରୁ ବଞ୍ଚିତ ହୋଇ ରହିବେ।

Exit mobile version