ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଏତେ ଭୟ କାହିଁକି? ନିମନ୍ତ୍ରଣ କରି ଡାକିଲେ ପୁଣି ତଡିଦେଲେ, ଭୁଲ୍ କରୁଛନ୍ତି ଜିଲ୍ଲାପାଳ ଆଉ କ୍ଷମା ମାଗୁଛନ୍ତି ଜନ ପ୍ରତିନିଧି…!
!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡ ଜିଲ୍ଲାର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଓ ଅଧ୍ୟକ୍ଷାଙ୍କ ୭୫ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ଏହି ବୈଠକରେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ପ୍ରଥମେ ନିମନ୍ତ୍ରଣ କରି ବୈଠକରେ ଅତିଥି ଚର୍ଚ୍ଚା । ଆଉ ଠିକ ୧୦ ମିନିଟ ପରେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ବୈଠକରୁ ତଡ଼ି ଦେବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ପାଇଁ ଏହା ଏକ ନିନ୍ଦନୀୟ ଘଟଣା । ରାୟଗଡ଼ା ଜିଲ୍ଲାପାଳ ଜିଲ୍ଲା ପରିଷଦର ପ୍ରଥମ ଅଧିବେଶନରେ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ । ଜିଲ୍ଲା ପରିଷଦ ବୈଠକ ପାଇଁ ସମସ୍ତ ମିଡିଆ ବନ୍ଧୁ ମାନଙ୍କୁ ଉପସ୍ଥିତ ରହିବାକୁ ସୁଚନା ଏବଂ ଲୋକସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ । ଯଥା ସମୟରେ ମିଡିଆ ବନ୍ଧୁ ମାନେ ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ପ୍ରଥମ ଜିଲ୍ଲା ପରିଷଦ ବୈଠକରେ ଯୋଗଦାନ କରିଥିଲେ । ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନବ ନିର୍ବାଚିତ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ ଓ ଉପାଧ୍ୟକ୍ଷ ସନ୍ତୋଷ କୁନାର ସୁନାଙ୍କୁ ଶପଥ ପାଠ କରାଇବାର କିଛି ସମୟ ପରେ ଜିଲ୍ଲାପାଳ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବାହାରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରାକା, ମାନ୍ୟବର ମନ୍ତ୍ରୀ ଅନୁସୂଚୀତ ଜନଜାତି ଓ ଜାତି ବିକାଶ ଓଡ଼ିଶା, ଶ୍ରୀଯୁକ୍ତ ସପ୍ତଗିରି ଉଲାକା,ମାନ୍ୟବର ସାଂସଦ, କୋରାପୁଟ ଲୋକସଭା,ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି,ମାନ୍ୟବର ବିଧାୟକ ରାୟଗଡ, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ମାନ୍ୟବର ବିଧାୟକ ଗୁଣୁପୁର, ରାୟଗଡ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା , ଜିଲାର ସମସ୍ତ ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ମାନେ ଉପସ୍ଥିତି ସତ୍ବେ ଜିଲ୍ଲାପାଳଙ୍କୁ କେହି ମଧ୍ୟ ପ୍ରତିବାଦ କରିନଥିଲେ । ଫଳରେ ଗଣମାଧ୍ୟମ ପ୍ରତିନିଧି ମାନେ ଗେଟ୍ ଆଗରେ ଧାରଣା ଦେବାସହ ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ । ପରେ ରାଜ୍ୟସଭା ସାଂସଦ ଏନ୍.ଭାଷ୍କର ରାଓ , ଲୋକସଭା ସାଂସଦ ଶପ୍ତଗିରିଶଙ୍କର ଉଲାକା ଏବଂ ଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ଏଭଳି ଭୁଲ ପୁନରାବୃତ୍ତି ନକରିବା ପ୍ରତିଶୃତି ଦେବାସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଭାଗୃହକୁ ପାଛୋଟି ନେଇଥିଲେ । ତେବେ ଆଜିର ଜିଲ୍ଲା ପରିଷଦ ବୈଠକରେ କେଉଁ ଗୁପ୍ତ ତଥ୍ୟ ପ୍ରଘଟ ଭୟ ଜିଲ୍ଲାପାଳଙ୍କୁ ଘାରିଥିଲା ଯାହାକୁ ନେଇ ଗଣମାଧ୍ୟମ କୁ ଆଜିର ବୈଠକକୁ ବାରଣ କରାଯାଇଥିଲା ସେନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

