ରେଖାପଦର ଗ୍ରାମରେ ମା’ ଠାକୁରାଣି ପର୍ବ ପାଳିତ …!

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ପୃଥିବୀରାଜ ମହାନ୍ତି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା) – କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ଗ୍ରାମରେ ଆଜିଠାରୁ ମା ଠାକୁରାଣି ଘଣ୍ଟ ପର୍ବ ପାଳନ କରାଯାଉଛି। ଦୀର୍ଘ ୫ ଦିନ ଧରି ପାଳନ ହେବାକୁ ଥିବା ଏହି ଘଣ୍ଟ ପର୍ବ ୦୧ତାରିଖ ଦିନ ଉଦଯାପିତ ହେବ ବୋଲି ପର୍ବ ପରିଚାଳନା କମିଟି କହିଛି । ଆଜି ସନ୍ଧ୍ୟାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ବହୁ ଆଡ଼ମ୍ବରେ ମା’ ଠାକୁରାଣୀ ଙ୍କ ମନ୍ଦିରରୁ ମା’ଙ୍କ ପାଦ ଅଣାଯାଇଥିଲା। ଆସନ୍ତା କାଲି ଠାରୁ ମା’ଙ୍କ ଘଟ ଗାଁର ପ୍ରତ୍ୟେକ ଘର ବୁଲି ପୂଜା ପାଇବେ । ଗ୍ରାମଦେବୀଙ୍କ ଏହି ଘଣ୍ଟ ପର୍ବ ପାଳନ ଦ୍ୱାରା ଗାଁରେ ସୁଖଶାନ୍ତି ବଜାୟ ରହିବା ସହ ଗାଁ କୁ ଆସିବାକୁ ଥିବା ସମସ୍ତ ବାଧାବିଘ୍ନ ମା’ ଅଟକାଇ ଗ୍ରାମବାସୀ ଙ୍କୁ ସହାୟ ହୋଇଥାନ୍ତି ବୋଲି ଗ୍ରାମବାସୀ ଙ୍କ ମନରେ ବିଶ୍ଵସ ରହିଛି । ଘଣ୍ଟ ପର୍ବର ଉଦଯାପନୀ ଦିବସରେ ଗ୍ରାମରେ ବିଭିନ୍ନ ପ୍ରକାର ପୂଜାର୍ଚ୍ଚନା କରାଯିବା ସହ ମା’ଙ୍କୁ ବିଦାୟ ଦିଆଯିବ ବୋଲି ଜଣାପଡିଛି। ମହାମାରୀ କରୋନା ପାଇଁ ଦୁଇ ବର୍ଷ ହେଲା ମା’ଙ୍କ ଏହି ପର୍ବ ପାଳିତ ହୋଇପାରି ନଥିଲା। ତେବେ କରୋନା ଲହରୀ କମିବା ପରେ ଏବେ ଏହି ପର୍ବକୁ ବହୁ ଧୁମଧାମରେ ପାଳିତ କରା ଯାଉଥିବା ହେତୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ପର୍ବ ଦେଖିବାକୁ ଆଖପାଖ ଗ୍ରାମରୁ ବହୁ ଲୋକେ ରେଖାପଦର ଗାଁରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ମା’ଙ୍କ ଏହି ଘଣ୍ଟ ପର୍ବକୁ ରେଖାପଦର ଗ୍ରାମର ସ୍ଥାନୀୟ ସରପଞ୍ଚ ଗୋପାଳ ପିର୍ବାକା ସମିତି ସଭ୍ୟ ସରୋଜ ପଣ୍ଡୁ,ସମେତ ସମସ୍ତ ଯୁବ ଗୋଷ୍ଠୀ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *