Site icon Ethara Sambhala

ବେଆଇନ ଗୁଟଖା ଏବଂ ଖଇନି ବିକ୍ରି ଉପରେ ଚଢାଉ ….!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡ଼ା ସହରରେ ବେଆଇନ ଗୁଟଖା ଏବଂ ଖଇନି ବିକ୍ରି କୁ ବନ୍ଦ କରିବା ପାଇଁ ଖାଦ୍ୟ ଅଧିକାରୀ,ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ ର ଏକ ମିଳିତ ଟିମ୍ ଦ୍ଵାରା ରାୟଗଡା ସହରର ଜ୍ୟୋତିମହଲ ରୋଡ,ନିୟୁ କଲୋନୀ,ସ୍ଵାଗତ ହୋଟେଲ ଲାଇନ ଏବଂ ମେନରୋଡ ରେ ଥିବା ତେଜରାତି ଏବଂ ପାନ ଦୋକାନ ଉପରେ ଚଢ଼ାଉ ମିଳିତ ଚଢ଼ାଉ କରାଯାଇଥିଲା ।ଅଧିକ ଗୁଟଖା ବିକ୍ରି ଉପରେ ଅଙ୍କୁଶ ଲଗେଇବା ଏବଂ ଗୁଟଖା ର କ୍ଷତିକାରିତା ଉପରେ ଜନ ସାଧାରଣଙ୍କୁ ଜାଗୃତ କରିବା ଉଦ୍ଦେଶ୍ୟରେ ଏହି ଚଡାଉ କରିଥିବା ଟିମ ପକ୍ଷରୁ କୁହାଯାଇଛି।ପ୍ରାୟ ୩୦ ଗୋଟି ଦୋକାନ ଉପରେ ଚଢ଼ାଉ କରା ଯାଇଥିବା ସୂଚନା ଦେଇଛନ୍ତି।ଏଥିମଧ୍ୟରୁ ୨୧ ଗୋଟି ଦୋକାନ ରୁ ହାନିକାରକ ଏବଂ ବେଆଇନ ଗୁଟଖା ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ଦୋକାନ ରେ ଥିବା ଗୁଟଖା ର ପରିମାଣ କୁ ଆଖି ଆଗରେ ରଖି ଦୋକାନୀ ମାନଙ୍କୁ ୧୦୦ ରୁ ୨୦୦ ଟଙ୍କା ର ସାମାନ୍ୟ ଜରିମାନା ଆଦାୟ କରିବା ସହ ଆଗାମୀ ଦିନରେ ଏଭଳି ବିକ୍ରି ବନ୍ଦ ନକଲେ ଅଧିକ ଜରିମାନା ଆଦାୟ କରାଯିବ ବୋଲି ଟିମ ପକ୍ଷରୁ ଦୋକାନୀ ମାନଙ୍କୁ ଚେତାବନି ଦିଆଯାଇଛି।ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ କରାଯାଇଥିବା ଏହି ଚଢ଼ାଉ ସମୟରେ ୨୧ ଗୋଟି ଦୋକାନୀ ଙ୍କ ଠାରୁ ୪୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

Exit mobile version