
ଏଥର ସମ୍ଭାଳ ( ରାମନାଗୁଡା ):- ରାୟଗଡା ଜିଲ୍ଲା ରାମନାଗୁଡା ପଂଚାୟତ ସମିତି ସଭାଗୃହ ଠାରେ ଆଜି ରାୟଗଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ପତ୍ର ମାଧ୍ୟମରେ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ଲଜ୍ଜାଜନକ ବିଷୟ ଯେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କୁ ପ୍ରଵେଶ କରିବା ସମୟରେ ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଯସବନ୍ତ ହିଆଲ ଗଣମାଧ୍ୟମ ପ୍ରତିନିଧି ମାନେ ଅଭିଯୋଗ ଶୁଣାଣି ର ଖବର ସଂଗ୍ରହ ସହ ଫୋଟ ଉତ୍ତୋଳନ କରିବା ନିମନ୍ତେ ପ୍ରକୋଷ୍ଠ କୁ ପ୍ରବେଶ କରିବା ସମୟରେ ସାମ୍ବାଦିକ ମାନେ ନିଜର ପରିଚୟ ଦେବା ସତ୍ତ୍ୱେ ଭିତରକୁ ପ୍ରବେଶ ଉପରେ ତାଗିଦ କରିବା ସହିତ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ଗଲେ ଅଧିକ ଗହଳି ହେବ ବୋଲି ସଫେଇ ଦେଇଥିଲେ ଉକ୍ତ ଘଟଣା ସମ୍ପର୍କରେ ସ୍ତାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।
ଗଣମାଧ୍ୟମ ପ୍ରତିନିଧି ଙ୍କୁ ଭିତରକୁ ପ୍ରବେଶ ଉପରେ କଟକଣା କଣ ପାଇଁ ଲଗା ଯାଉଛି ତାହା ଏବେ ଲୋକଙ୍କ ଅଭିଯୋଗ ଶୁଣାଣି କିପରି ଜନ ସାଧାରଣ ଙ୍କୁ ଦୃଷ୍ଟି ଆଢୁଆଳରେ କରାଯାଉଛି, ତାହା ସହଜେ ଅନୁମେୟ ,ଏମିତି ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରତି ପ୍ରଶାସନ ର ଏଭଳି ବାରମ୍ବାର ଅଣଦେଖା କରାଯାଉଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି ।

