
!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ଆଜି ଗୁଣପୁର ରେ ତାଣ୍ଡବ କରି ଚାଲିଲା କାଳବୈଶାଖୀ , ବିପଦ କେତେବେଳେ କେଉଁ ରୁପରେ ବି ଆସିପାରେ , ଏଭଳି ଦୃଶ୍ୟ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇପଡିବ । ଦିନ ସାରା ଡହ ଡହ ଖରାରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ସନ୍ଧ୍ୟାରେ ତାଣ୍ଡବ ରଚିଲା କାଳବୈଶାଖୀ , ପ୍ରବଳ ବେଗରେ ପବନ ବହିବା ସହ ମୁଷଳ ଧାରାରେ ବର୍ଷା ସାଙ୍ଗକୁ କୁଆପଥର ମାଡ,କ୍ଷଣିକ ତାଣ୍ଡବ ରେ ଅନେକ ବଡ ବଡ ଗଛ , ବିଦ୍ୟୁତ୍ ଖୁଣ୍ଟ ସହ କିଛି ଘରର ଛାତ ଉଡେଇଥିବା ସୁଚନା ମିଳିଛି। ପୁରୁଣା ବସଷ୍ଟାଣ୍ଡ ଓ ବାଇପାସ୍ ରାସ୍ତା ର ଦୁଇପାର୍ଶ୍ବ ରେ ଥିବା ବଡ ବଡ ଗଛ ଉପୁଡ଼ି ମୂଖ୍ୟ ରାସ୍ତା ଅବରୋଧ ହୋଇଥିବା ଦେଖଵାକୁ ମିଳିଛି । ତେବେ ବର୍ତ୍ତମାନ କେତେ ବେଳେ କରେଣ୍ଟ ଆସିବ ତାହା ନେଇ ସାଧାରଣ ରେ ଆଶଙ୍କା ସୃଷ୍ଟି କରିଛି ।

