!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୂଡ଼ୋ(ରାୟଗଡା)- ଗାଡ଼ିରେ ଏତେ ଟଙ୍କା ଧରି ଆସିବା ପଡ଼ିଲା ମହଙ୍ଗା। ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା। ଗତକାଲି ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ଟଙ୍କା କେଉଁଠୁ ଆଣିଲେ ତାର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ  ଗିରଫ କରିଛି ଭିଜିଲାନ୍ସ। ରାୟଗଡ଼ା ଅବକାରୀ ଅଧୀକ୍ଷକ ଟଙ୍କା ନେଇ ଗାଡ଼ିରେ ଆସୁଥିବା ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇଥିଲା। ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଗାଡ଼ିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ କରିବାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏତେ ଟଙ୍କା ଅବକାରୀ ଅଧୀକ୍ଷକ କେଉଁଠି ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲା। ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା। ରାୟଗଡ଼ା ଅବକାରୀ ଅଧୀକ୍ଷକ ବାସଭବନ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ନିନାଙ୍କ ସ୍ୱାମୀ ନିହାର ରଂଜନ ମହାନ୍ତି ମାହାଙ୍ଗା ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରନ୍ତି। ଭିଜିଲାନ୍ସ ମାହାଙ୍ଗା ସ୍ଥିତ ବାସଭବନ ରେଡ୍ ବେଳେ ବାଧା ଦେଖାଦେଇଥିଲା। ଆଇଆଇସି ରେଡ୍ ସୂଚନା ପାଇ ଘରେ ତାଲା ମାରି ପଳାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାପରେ ଆଇଆଇସିଙ୍କୁ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ କ୍ରମେ ଆଇଆଇସି ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ରେଡ୍ ଖବର ପାଇ ଘରେ ତାଲା ମାରିବା କଥାକୁ ମାହାଙ୍ଗା ଥାନା ଆଇଆଇସି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋତେ କାଲି କେହି ଯୋଗାଯୋଗ କରି ନଥିଲେ। ଭିଜିଲାନ୍ସ ଚାହିଁଥିଲେ ମୋତେ ଯୋଗାଯୋଗ କରିପାରିଥାନ୍ତା। ଆଜି ସକାଳେ ଅତିରିକ୍ତ ଏସ୍‌ପି ମୋତେ ଯୋଗାଯୋଗ କରିଥିଲେ। ପତ୍ନୀଙ୍କ ସହ ମୋବାଇଲରେ ଯୋଗାଯୋଗ ନ ହେବାରୁ ଖୋଜୁଥିଲି। ପତ୍ନୀ ଭିଜିଲାନ୍ସ ଟ୍ରାପ୍ ହେବା କଥା ଜାଣି ନଥିଲି ।

LEAVE A REPLY

Please enter your comment!
Please enter your name here