ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର ) – ପୌରାଞ୍ଚଳ ମଧ୍ୟରେ ଲାଗି ରହିଥିବା ପରିମଳ ବ୍ଯବସ୍ଥା ରେ ସୁଧାର ଆଣିବା ଦିଗରେ ପୌର ନିର୍ବାହୀ ଅଧିକାରୀ ଆଗଭର ହେଉନଥିବା ରୁ ସହରରେ ପରିମଳ ବ୍ୟବସ୍ଥା ଠପ୍ ହୋଇ ପଡ଼ିଛି । ଗୁଣପୁର ପୌର ପରିଷଦ ର ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପରିମଳ ବ୍ୟବସ୍ଥା ଠପ୍ ହୋଇଥିବାର ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।  ପୌର ପରିଷଦ ପରିସର ରୁ ପ୍ରତ୍ୟେକ ଦିନ କୁଢ କୁଢ ଆବର୍ଜନା ବାହାରି ଡ଼ମ୍ପିଙ୍ଗଆଡ୍ କୁ ପହଁଚି ବାରେ ଅନିୟମିତତା ହେଉଥିବା କାରଣରୁ ଆବର୍ଜନା ଜେଣେ ତେଣେ ପଡିଥିବା ଦେଖିବାକୁ ମିଳିଛି ।  ନୂତନ ପୌର ପରିଷଦ ଗଠନ ପରେ ପୌର ପରିଷଦ ରେ ବିନୟ ଲାଭ କରିଥିବା ଅଧକ୍ଷ ଓ ଉପାଧ୍ୟକ୍ଷ କାର୍ଯ୍ୟଭାର ତୁଲାଇ କାର୍ଯ୍ୟ ଗୁଡିକୁ କ୍ଷିପ୍ର ଭାବରେ କରିବାର ଆଗ୍ରହୀ ଥିବା ବେଳେ ନିର୍ବାହୀ ଅଧିକାରୀ ସରକାରୀ ପେଞ୍ଚ କାଢ଼ି ସବୁ କାର୍ଯ୍ୟ ରେ ବ୍ରେକ୍ ମାରୁଥିବା ଅଭିଯୋଗ ହେଉଛି ।

ଆବଶ୍ୟକ ହେଉଥିବା ଜେସିବି ମରାମତି, ଟ୍ରାକଟର ମରାମତି, ଅଳିଆ ଆବର୍ଜନା ବୋହିବା ନିମନ୍ତେ ଗାଡି କିଣିବା କିମ୍ବା ଆବଶ୍ୟକ ପରିମାଣ ରେ ଶ୍ରମିକ ନିଯୁକ୍ତି କରି ଅଳିଆ ଆବର୍ଜନା ବାହାର୍ କରିବା ଇତ୍ୟାଦି ରେ ବିଭିନ୍ନ ସରକାରୀ ଦିଶା ନିର୍ଦ୍ଦେଶ ଓ ଅର୍ଡର ଇତ୍ୟାଦି ର ଆଳ ଦେଖାଇ କାର୍ଯ୍ୟା ଗୁଡିକୁ ମନ୍ଥର କରିବାରେ ନିର୍ବାହୀ ଅଧିକାରୀ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଶୁଣିବାକୁ ମିଳୁଛି । ପୌର ପରିଷଦ ର ଏଭଳି ଟଣା ଓଟରା ରେ ସ୍ଥାନୀୟ ଜନ ସାଧାରଣ ହନ୍ତସନ୍ତ ହେଉଥିବା ବେଳେ ପୌର ପରିଷଦ ର ନୂତନ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଆଉ କିଛି ଦିନ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟର ବ୍ୟବସ୍ଥା କୁ ନିଜ ଅକ୍ତିଆରରେ ଆଣିବାକୁ ସମୟ ଲାଗିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

LEAVE A REPLY

Please enter your comment!
Please enter your name here