ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି କଳିଙ୍ଗସେନା ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରାର୍ଥୀ ମାନେ ନିର୍ବାଚନ ରେ ଦଳୀୟ ସଙ୍କେତ ” ବ୍ୟାଟ୍ ” ଚିହ୍ନ ରେ ନିର୍ବାଚନ ଲଢ଼ିବେ ।
ବିଶେଷ ଭାବରେ ଯୁବ ଏବଂ ମହିଳା ଙ୍କୁ ଏହି ନିର୍ବାଚନ ରେ ଗୁରୁତ୍ୱ ଦିଆଯାଇଛି । ଦଳ ପକ୍ଷରୁ ୨୦ ଜଣିଆ ତାରକା ପ୍ରଚାରକ ଙ୍କ ନାମ ଘୋଷଣା କରାଯାଇ ଥିବା ବେଳେ ଆଜି ଏହି ସାମ୍ବାଦିକ ସମ୍ମିଳନୀ ରେ ସେନା ସୁପ୍ରିମୋ ଶ୍ରୀ ହେମନ୍ତ ରଥ ପୁରୀ ଲୋକସଭା ପାଇଁ ସବ୍ୟସାଚୀ ମହାପାତ୍ର , କଟକ ଲୋକସଭା ପାଇଁ ବିଶ୍ବଜିତ ଗୋସ୍ୱାମୀ , ବ୍ରହ୍ମଗିରି ବିଧାୟକ ଭାବେ ପ୍ରମୋଦ ପରିଡା , ଖୋର୍ଦ୍ଧା ବିଧାୟିକା ଭାବେ ନିବେଦିତା ଦାସ , ଭୁବନେଶ୍ୱର ଉତ୍ତର ରୁ ବିଧାୟକ ଭାବେ ଅଶୋକ କୁମାର ସାହୁ ରହିଥିବା ବେଳେ ଭୁବନେଶ୍ୱର ମଧ୍ୟମ ରୁ ବିଧାୟିକା ଭାବେ ସୁଭଦ୍ରା ମିଶ୍ର , ଭୁବନେଶ୍ୱର ଏକାମ୍ର ରୁ ବିଧାୟିକା ଭାବେ ଦିପ୍ତିମୟି ମହାପାତ୍ର , ଜଗତସିଂହପୁର ରୁ ବିଧାୟକ ଭାବେ ପୁରୁଷୋତ୍ତମ ପ୍ରଧାନ , ସାଲେପୁର ରୁ ବିଧାୟକ ଭାବେ ବିଷ୍ଣୁ ଚରଣ ଦାସ ପ୍ରମୁଖ ଙ୍କ ନାମ ଘୋଷଣା କରିଥିଲେ ।
ଆଗାମୀ ଦିନ ରେ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଖୁବ୍ ଶୀଘ୍ର ଘୋଷଣା କରା ଯିବ ବୋଲି ଦଳ ପକ୍ଷରୁ ଶ୍ରୀ ରଥ ସୁଚନା ଦେଇଛନ୍ତି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗସେନା ର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାହୁ , ରାଜ୍ୟ ସମ୍ପାଦକ ଅବଦୁଲ ୟାକୁମ୍ ଖାନ୍ ଓ ନିରଞ୍ଜନ ପରିଡା , ନାରୀସେନା ସାଧାରଣ ସମ୍ପାଦିକା ସିମ୍ରନ୍ ଅଧିକାରୀ ଏବଂ ଯୁବସେନା ର ରାଜ୍ୟ ସଭାପତି ଶକ୍ତି ପ୍ରଦ ଦାଶ ଙ୍କ ସମେତ ସମସ୍ତ ଦଳୀୟ କର୍ମୀ ଓ ଘୋଷିତ ପ୍ରାର୍ଥୀ ପ୍ରାର୍ଥୀନୀ ଉପସ୍ଥିତ ରହିଥିଲେ ।