!!! ନବରଙ୍ଗପୁର ରୁ ଜିଲ୍ଲା ପ୍ରତିନିଧି ଏସ୍. ଏନ୍. ପଟ୍ଟନାୟକ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ(ନବରଙ୍ଗପୁର) – ନବରଙ୍ଗପୁର ଲାଇନ୍ସ କ୍ଲବର ଚତୁର୍ଥ ଥର ପାଇଁ ସଭାପତି ହେଲେ ଜଗନ୍ନାଥ ମହାପାତ୍ର ନବରଙ୍ଗପୁର ଲାଇନ୍ସ କ୍ଲବ ର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ୨୦୨୨ -୨୩ ବର୍ଷ ପାଇଁ ଲାଇନ୍ସ କ୍ଲବର କର୍ମକର୍ତ୍ତା ନିର୍ବାଚନ ସମନ୍ଧରେ ଆଲୋଚନା ହୋଇଥିଲା । ଲାଏନ୍ସ କେ ଡି ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ଲାଏନ୍ସ ଜଗନ୍ନାଥ ମହାପାତ୍ରଙ୍କୁ ପୁନର୍ବାର ଆଗାମୀ ୨୦୨୨ -୨୩ ବର୍ଷ ପାଇଁ ସଭାପତି ରୂପେ ମନୋନୀତ କରଯାଇଥିଲା `। ଅନୁରୂପ ଭାବେ ଲାଏନ୍ସ ଭୂବିନି ସୁରଙ୍କୁ କ୍ଲବର ସମ୍ପାଦକ ରୂପେ , ଲାଏନ୍ସ ବିଜୟ ଜୈନଙ୍କୁ କୋଷାଧ୍ୟକ୍ଷ ରୂପେ ,ଲାଏନ୍ସ ପି ଏସ ଆର ଶେଖର ମୂର୍ତି ଓ ଲାଏନ୍ସ ପି ନନ୍ଦୀ କେସର ରେଡ୍ଡୀଙ୍କୁ ପ୍ରଥମ ଓ ଦ୍ଵିତୀୟ ଉପସଭାପତି ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଲାଏନ୍ସ କ୍ଳବର ସାମ୍ବିଧାନିକ ନିୟମ ପ୍ରକାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବାରେ ଲାଏନ୍ସ ପି ଏଲ ମୁର୍ତୀ ,ଶ୍ରୀକାନ୍ତ ମହାନ୍ତି ଓ ଲାଏନ୍ସ ଦିଲୀପ ଦାସ , ଅଖିଳ ଭଟ୍ଟ,ପପୁ ଜୈନ,ରବି ରେଡ୍ଡୀ ସହାୟତା କରିଥିଲେ । ପରିଶେଷରେ ଲାଏନ୍ସ ମୁରୁଳି ପ୍ରସାଦ ଦାଶ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକ ବହୁ ସଂଖ୍ୟାରେ ଲାଏନ୍ସ ମାନେ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ ଯେ , ବିଶିଷ୍ଟ ସମାଜସେବୀ ତଥା ଲାଏନ୍ସ ଜଗନ୍ନାଥ ମହାପାତ୍ର ଚତୁର୍ଥ ଥର ପାଇଁ ସଭାପତି ରୂପେ ମନୋନୀତ ହୋଇଛନ୍ତି । ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।