!!! ବାରିପଦା ରୁ ପ୍ରତିନିଧି ମୋନଜ କୁମାର ନାଲା ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବାରିପଦା)- ମୟୁରଭଞ୍ଜରେ ଗୋରୁ ଗାଡ଼ିକୁ ଚାନ୍ଦା ଆଦାୟ ଘଟଣାରେ ଝାରପୋଖରିଆ ଥାନାରେ କାର୍ଯ୍ୟରତ ଦୁଇ ଜଣ ପୋଲିସ କର୍ମଚାରୀ ଏଏସଆଇ (ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର) ଓ ଜଣେ କନେଷ୍ଟବଲଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ପୋଲିସ ଦୁଇ ଜଣ ଏଏସଆଇ ସ୍ମୃତି ରଞ୍ଜନ ସ୍ୱାଇଁ ଓ ଚନ୍ଦନ ସିଂ ହୋଇଥିବା ବେଳେ କନେଷ୍ଟବଲ ଦୀପକ ସାମଲ ମଧ୍ୟ ଏଥିରେ ସାମିଲ ଥିବା ଜଣା ଯାଇଛି। ସମ୍ପୃକ୍ତ ତିନି ପୋଲସି କର୍ମଚାରୀଙ୍କ ବିରୋଧରେ ମୟୁରଭଞ୍ଜ ଆରକ୍ଷି ଅଧିକ୍ଷକ ଋଷିକେଶ ଡି.ଖିଲାଡ଼ି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ଗୋରୁ ବ୍ୟବସାୟୀଙ୍କୁ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଚାନ୍ଦା ମାଗିବାର ଅଡ଼ିଓ ଭାଇରାଲ ହେବାପରେ ମୟୁରଭଞ୍ଜ ଜିଲ୍ଲାର ଆରକ୍ଷି ଅଧିକ୍ଷକ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ସ୍ପଷ୍ଟ ହୋଇଛି ।

