ନିର୍ବାଚନ ପୂର୍ବରୁ ପୋଲିସକୁ ବଡ ସଫଳତା- ବଡଧରଣର ଜାଲନୋଟ ଛାପା କାରଖାନା ଠାବ ,

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନାରେ ଘଟଣା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାର ଶର୍ମା ଅଧିକ ସୂଚନା ଦେଇ ସାମ୍ୱାଦିକ ମାନଙ୍କୁ କହିଛନ୍ତି ଯେ ପାରଳାଖେମୁଣ୍ଡି ସହରରେ ଥିବା ଶ୍ରୀଧର ନଗର ୨ୟ ଲାଇନ ଠାରେ ଦୀର୍ଘ ଦିନ ଧରି ଏକ ଭଡା ଘରେ ଜାଲ ନୋଟ ଛାପା କାରଖାନା ଚାଲିଥିବା କୌଣସି ସୁତ୍ରରୁ ସୁରାକ ମିଳିଥିଲା । ପୋଲିସ ଏହାକୁ ଦୃଷ୍ଟିରେ ରଖି ଏସଡିପିଓ ଠାକୁର ପ୍ରସାଦ ପାତ୍ର ଏବଂ ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ସଦଳବଳେ ଅଚାନକ ସେହି ଜାଲନୋଟ ଛାପାକାରଖାନା ଉପରେ ଚଢାଉ କରିଥିଲେ । ସେଠାରେ କାରବାରରେ ସମ୍ପୃକ୍ତ ଥିବା ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ମହାଦେଇପୁର ଗ୍ରାମର କରୁଣାକର ପରିଡା ଏବଂ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ଅନ୍ତର୍ଗତ ବସୁନ୍ଦରା ଗ୍ରାମର ସନ୍ତୋଷ ମାଝୀଙ୍କୁ ଗିରଫ କରିଥିଲେ । ତାହା ସହିତ ଜାଲ ନୋଟ ଛାପାକାରବାରରେ ବ୍ୟବହୃତ ହେଉଥିବା କେତୋଟି ବାଲଟି , ହାତଗ୍ଲୋବ ଜାଲନୋଟ ଛାପା ଛାଞ୍ଚ ବିଭିନ୍ନ କେମିକେଲ ଓ କେମିକେଲରେ ବୁଡି ରହିଥିବା ଜାଲନୋଟ, ଜାଲନୋଟ ସାଇଜର ପେପର କଟିଂ , ମୋବାଇଲ ସମେତ ୨,୫୦,୦୦୦ଟଙ୍କାର ୫୦୦ଟଙ୍କିଆ ଜାଲନୋଟ ଜବତ କରାଯାଇଥିଲା ।

ଶ୍ରୀଧର ନଗର ୨ୟଲାଇନରେ ଚଞ୍ଚଳା ବାରିକ ନାମକ ଜଣେ ମହିଳାଙ୍କ ଘରେ ଗିରଫ ସଂପୃକ୍ତ ୨ଜଣ ଯୁବକ ଭଡାସୁତ୍ରରେ ନେଇ ଏଭଳି ଜାଲନୋଟ ଛାପାକାରଖାନା ଚଳାଇ ଆସୁଥିଲେ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏହି ଜାଲ ନୋଟ ଗୁଡିକ ବଣ୍ଟନ କରାଯିବା ପାଇଁ ଏଭଳି ଜାଲନୋଟ ଛାପାକାରଖାନା ଚାଲିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ତେବେ ଏହାର ଅଧିକ ତଦନ୍ତ ଚାଲିଛି । ଅନ୍ୟ ପକ୍ଷରେ ଏହି କାରବାରରେ ଆଉ କେତେକ ଯୁବକ ସଂପୃକ୍ତ ଥିବା ପୋଲିସ ଅନୁମାନ କରି ତଦନ୍ତକୁ ଜୋରଦାର କରିଛି । ଅତିଶୀଘ୍ର ଅନ୍ୟ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରାଯିବ ବୋଲି ଏସପି ସାରା ଶର୍ମା କହିଛନ୍ତି ।

ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଏସ ଆଇ ସୁନିଲ କୁମାର ଦଳାଇ,ଏ ଏସଆଇ ଜଗଦୀଶ ପଣ୍ଡା ଓ ଦିବାକର ପ୍ରଧାନ ହାବିଲଦାର ବିର୍ଜି ଜେନା, ବିପି ରଥ, କେ.ବି ରତ୍ନମ, ହରିକୃଷ୍ଣ ସାମଲ, ସୁସିଲ କୁମାର ପାତ୍ର ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *