ବିଶ୍ଵ ମେଲେରିଆ ଦିବସ ପାଳିତ…!
!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଗୁଣପୁର)- ଏପ୍ରିଲ ୨୫ ବିଶ୍ୱ ମ୍ୟାଲେରିଆ ଦିବସ ଅବସର ରେ ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆ ର ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟ ନେଇ ଗୁଣପୁର ବ୍ଲକ ଅଧିନସ୍ଥ ରେଗେଡା ପଞ୍ଚାୟତ ର ନାଉଡା ଏଚ ଡବ୍ଲୁ ସି କେନ୍ଦ୍ର ପକ୍ଷରୁ ଏକ ସଚେତନତା ସୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ର ବିଦ୍ୟାର୍ଥୀ ଏବଂ ଗ୍ରାମବାସୀ ଙ୍କୁ ନେଇ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ମିନତୀ ପଲାଇ ଙ୍କ ତତ୍ୱାବଧାନ ରେ କରାଯାଇଥିବା ଶୋଭାଯାତ୍ରା ରେ ମ୍ୟାଲେରିଆ ନିରାକରଣ ସମ୍ପର୍କିତ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ଅବସର ରେ ଏଚ ଡବ୍ଲୁ ସି କେନ୍ଦ୍ର ଠାରେ ଗ୍ରାମବାସୀ ଙ୍କୁ ନେଇ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକ ରେ ରେଗେଡା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ସୁଶ୍ରୀ ବାସନ୍ତୀ କଲକା ଯୋଗଦେଇ କେଉଁ ଉପାୟ ଅବଲମ୍ବନ କଲେ ଗ୍ରାମ ମ୍ୟାଲେରିଆ ମୁକ୍ତ ହୋଇ ପାରିବ ଏହି ବିଷୟ ନେଇ ଗ୍ରାମବାସୀ ଙ୍କୁ ସଚେତନ କରିଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀ ପଲାଇ କେଉଁ କାରଣ ରୁ ମ୍ୟାଲେରିଆ ହୋଇଥାଏ ଏବଂ ମ୍ୟାଲେରିଆ ରୋଗୀ ରୋଗ ମୁକ୍ତ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରିବେ ଏହି ବିଷୟ ନେଇ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ କୁ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ବିଷ୍ଣୁପ୍ରିୟା ପାଢ଼ୀ ପରିଚାଳନା କରିଥିଲ । ସନ୍ଧ୍ୟାରେ ଶ୍ରୀମତୀ ପାଢ଼ୀ ଏବଂ ପଲାଇ ଗ୍ରାମର ଘର ଘର କୁ ପହଞ୍ଚି ଲୋକେ କିଭଳି ମସୁରୀ ବ୍ୟବହାର କରିବେ ଏନେଇ ଜନ ସଚେତନତା ସୃଷ୍ଟି କରଥିଲେ । ଉଭୟ ଙ୍କ ଦ୍ଵାରା କରାଯାଇଥିବା ଜନ ସଚେତନତା ଅଭିଯାନ କୁ ସାଧାରଣରେ ଭୁୟସୀ ପ୍ରଶଂସା କରାଯାଇଛି ।

