ମହା ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମହା ବିଷୁବ ସଂକ୍ରାନ୍ତି ଅବସରରେ ଗୁଣପୁର ନବ ନିର୍ମାଣ ସମିତି ଓ ବଂଶଧାରା ସାହିତ୍ୟ ସମାଜ ର ମିଳିତ ଆନୁକୂଲ୍ୟରେ ଗୁଣପୁର ସ୍ଥିତ ଜଗନ୍ନାଥ ପ୍ୟାଲେସ ଠାରେ ମହାବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅୟୋଜିତ ସଭାରେ ନବ ନିର୍ମାଣ ସମିତି ର ସଭାପତି ଶ୍ରୀ ଅକ୍ଷୟ ଦାଶ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ତଥା ଆଦିବାସୀ ସଂସ୍କୃତି ର ଗବେଷକ୍ ଡ଼. ପ୍ରଦୀପ କୁମାର ମିଶ୍ର, ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ଆକାଶବାଣୀ ର ପ୍ରାକ୍ତନ ନିର୍ଦ୍ଦେଶକ୍ ଶ୍ରୀ କାଳୀ କିଙ୍କର୍ ମିଶ୍ର, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ଶ୍ରୀ କୈଳାଶ ପାତ୍ର ମଞ୍ଚାସୀନ ହୋଇଥିଲେ । ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ଵଳନ କରିବା ପରେ ଉତ୍କଳ ସଙ୍ଗୀତ ପରିଷଦ ଗୁଣପୁର ର କଣ୍ଠଶିଳ୍ପୀ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ନବ ନିର୍ମାଣ ସମିତି ର ଉପ ସଭାପତି ଶ୍ରୀ ଉମା ଶଙ୍କର ଦାଶ ନିମନ୍ତ୍ରିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ସଭା କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିକା ସଭାର ସଭାପତି ଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ମହା ବିଷୁବ ସଂକ୍ରାନ୍ତି ଠାରୁ ନୂତନ ଓଡ଼ିଆ ପଞ୍ଜିକା ଆରମ୍ଭ ହେଉଥିବା ରୁ ଏହାକୁ ପଣ୍ଡିତ ପ୍ରକାଶ ରଥ ଙ୍କ ଦ୍ଵାରା ପଠନ କରି ଶୁଭାରମ୍ଭ କରାଯାଇଥିଲା । ସଭାରେ ସମିତି ର ସମ୍ପାଦକ ଶ୍ରୀ ରଞ୍ଜିତ କୁମାର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ମାନଙ୍କ ଦ୍ଵାରା କୈଳାଶ ପାତ୍ର ଙ୍କ ରଚିତ କବିତା ସଙ୍କଳନ “ମୋ କବିତା” ଓ ସମିତିର ମୁଖପତ୍ର ” କାବ୍ୟାୟନ୍” ଉନ୍ମୋଚିତ ହୋଇଥିଲା । ନିମନ୍ତ୍ରିତ ଅତିଥି ମାନଙ୍କ ଅଭିଭାଷଣ ପରେ ଉପ ଢୌକନ ଦେଇ ସାମାଜ ସେବା, ସାହିତ୍ୟ କ୍ଷେତ୍ର ରେ ପ୍ରତିଭା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା ଶେଷରେ ବଂଶଧାରା ସାହିତ୍ୟ ସମାଜ ର ସଭାପତି ଶ୍ରୀ ପ୍ରଭାତ କୁମାର ଶତପଥୀ ଧନ୍ଯବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *