ଶ୍ରୀରାମନବମୀ ପାଳିତ…!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- କରୋନା ମହାମାରୀ ଯୋଗୁଁ ଥିବା କଟକଣା ମୁକ୍ତ ହେବାରୁ ଦୀର୍ଘ ୨ବର୍ଷ ପରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ଉତ୍ସବ ଶ୍ରୀ ରାମନବମୀ ଆଡ଼ମ୍ବରରେ ରାୟଗଡ ଜିଲ୍ଲା ଲିମାପଦର ସୀତାରାମ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି।ଏହି ଅବସରରେ ପରିଚାଳନା କମିଟି ମୁଖ୍ୟ ରଂଜନ ରଥ ଓ ଚିନ୍ମୟ ରଥ ଙ୍କ ପୋୖରାହିତ୍ୟ ରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋମ ଆଦି ଅନୁଷ୍ଠିତ ହୋଇଥିଲା।ଏଥି ସହ ରାମଚରିତ ମାନସ ର ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା।ପ୍ରବଳ ଭକ୍ତ ଙ୍କ ସମାଗମ କୁ ଦେଖି ମନ୍ଦିର କମିଟି ତରଫରୁ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସୁବନ୍ଦୋବସ୍ତ କରାଯାଇଥିଲା ଓ ପ୍ରାସଦ ସେବନ ର ବ୍ୟବସ୍ଥା କରାଯାଇଥିଲା।ସନ୍ଧ୍ୟାରେ ଏକ ସୁସଜ୍ଜିତ ବିମାନରେ ରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା କୁ ସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରାଯାଇଥିଲା।ଏହି ଅବସରରେ ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିଲା।ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ପ୍ରପନ୍ନ ତ୍ରିପାଠୀ,ପ୍ରମୋଦ ତ୍ରିପାଠୀ, ଅରବିନ୍ଦ ତ୍ରିପାଠୀ,ଅନ୍ତର୍ଯ୍ୟାମୀ ପଣ୍ଡା, ଚକ୍ରପାଣି ତ୍ରିପାଠୀ ଓ ସୁବାସ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *