ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜନନୀ ସୁରକ୍ଷା ଯୋଜନା ର ସଫଳ ରୂପାୟନ ନିମନ୍ତେ ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ ରେ ଆଶା କର୍ମୀ ନିଯୁକ୍ତ କରାଯାଇଛି । କିନ୍ତୁ ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରେ କାର୍ଯ୍ୟରତ ଆଶା କର୍ମୀ ମାନେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା ନେଇ ଆଶା କର୍ମୀ ସଂଘ ଅଭିଯୋଗ କରିଛି । ସେମାନଙ୍କ ସମସ୍ୟା ଦୂରୀକରଣ ନିମନ୍ତେ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ଆଶା କର୍ମୀ ମାନେ ଏକ ବିଶାଳ ପଟୁଆର ରେ ଆସି ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ୧୩ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏଥିରେ ସେମାନେ ଆଶା କର୍ମୀ ମାନେ ପାଇବାକୁ ଥିବା ଉପଯୁକ୍ତ ପ୍ରାପ୍ୟ ଯଥା ସମୟ ରେ ପ୍ରଦାନ କରିବା , ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ଓ ଷ୍ଟାଫ ମାନେ ଆଶା କର୍ମୀ ଙ୍କୁ ମାଧ୍ୟମ କରି ରୋଗୀ ଶୋଷଣ କୁ ବନ୍ଦ କରିବା , ଉପଖଣ୍ଡ ଚିକିତ୍ସାଳୟ ରଶିଶୁ ବିଭାଗ ରେ ତୁରନ୍ତ ଜଣେ ଶିଶୁ ବିଶେଷଜ୍ଞ ଙ୍କୁ ନିଯୁକ୍ତି ଦେବା , ଆଶା କର୍ମୀ ଙ୍କ ସମାନ କାର୍ଯ୍ୟ କୁ ସମାନ ଟଙ୍କା ଦେବା ଓ ଟଙ୍କା ବାଟମାରଣା ବନ୍ଦ କରିବା , ଗୁଣପୁର ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ସମୟ ରେ କରାଯାଉଥିବା ଲାଞ୍ଚ କାରବାର କୁ ବନ୍ଦ କରିବା , ଆଶା ଗୃହ ର ବ୍ୟବସ୍ଥା କରିବା , ଚିକିତ୍ସାଳୟର ଶୌଚାଳୟ ନିୟମିତ ସଫା ରଖିବା , ଆଶା କର୍ମୀ ଙ୍କୁ ଏନ୍. ଏମ୍ ମାନେ କରିଥିବା ଦୁର୍ବ୍ୟବହାର ବନ୍ଦ କରିବା ସହ ଲାଞ୍ଚ ମାଗିବା ପ୍ରଥା ବନ୍ଦ କରିବା ଏବଂ ଗୁଡାରୀ ବ୍ଲକ ର ଲାଞ୍ଚଖିଆ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନ ସ୍ଵାସ୍ଥ୍ୟ ଅଧିକାରିଣୀ ଙ୍କୁ ତୁରନ୍ତ ବଦଳି କରିବା ଭଳି ଦାବି ମାନ ଉଲ୍ଲେଖ କରିଛନ୍ତି । ଏହି ସମସ୍ୟା ଗୁଡିକ ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହାର ସମାଧାନ କରାନଗଲେ ଆଗାମୀ ଦିନ ରେ ସଂଘ ବାଧ୍ୟ ହୋଇ ବଡ ଧରଣର ଆନ୍ଦୋଳନ କୁ ଆପଣେଇବ ବୋଲି ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here