ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡା ଜିଲ୍ଲା ଗୁଣପୁର ଠାରେ ବ୍ଲକ ସ୍ଥାରୀୟ ମୂର୍ତ୍ତିକା ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଃଶାସନ ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ କୃଷି ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ , ଗୁଣପୁର ବ୍ଲକ କୃଷି ଅଧିକାରୀ କେ ଧର୍ମାରାଜୁ , ଗୁଣପୁର ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ଝିଲ୍ଲୀ ଶବର , ଗୁଣପୁର ପଞ୍ଚାୟତ ସମିତି ଉପାଧକ୍ଷ ଶ୍ରୀ ସୁଦର୍ଶନ ଶବର ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ । ଏହି ଅବସର ରେ ଆୟୋଜିତ ସଭା ରେ ଗୁଣପୁର ବ୍ଲକ ର ନବନିର୍ବାଚିତ ୧୯ ଗୋଟି ପଞ୍ଚାୟତ ର ସମସ୍ତ ସମିତି ସଭ୍ୟ , ସରପଞ୍ଚ ଓ କୃଷକ ସାଥି ମାନଙ୍କ ସହ ୧୯ ଗୋଟି ପଞ୍ଚାୟତ ର ଭି.ଏ.ଡବ୍ଲୁ ମାନେ ଉପସ୍ଥିତ ରହିଥିଲେ । ଆୟୋଜିତ ଏହି ସଭା ରେ କୃଷକ ମାନେ କିପରି ନିଜ ମାଟି ର ଯତ୍ନ ନେବା ସହ ଚାଷ ଉପଯୋଗୀ କରି ଉତ୍ତମ ଖାଦ୍ୟ ଶସ୍ୟ ଉତ୍ପାଦନ କରିହେବ ତାହା ର ପ୍ରକ୍ରିୟା ଏବଂ କୌଶଳ ବିଷୟ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଆଲୋକପାତ କରିଥିଲେ ।
ଗୁଣପୁର ଠାରେ ବ୍ଲକ ସ୍ତରୀୟ ମୂର୍ତ୍ତିକା ମେଳା ଅନୁଷ୍ଠିତ ।

