ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ରେ ନିର୍ବାଚନ ସାରିବା ପରେ ବିଜେଡ଼ି କୁ ପରାସ୍ତ କରି ସ୍ଵାଧୀନ ପ୍ରାର୍ଥୀ ତଥା ବିଜେଡି ର ବିଦ୍ରୋହୀ ନେତା ଶିବ ପ୍ରସାଦ ଗୌଡ ଓରଫ ସାନ ଗୌଡ ଙ୍କ ସମର୍ଥିତ ଝିଲ୍ଲି ଶବର ଅଧ୍ୟକ୍ଷା ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଙ୍କ ନେତୃତ୍ବରେ ନବ ନିର୍ବାଚିତ ବ୍ଲକ ଉପାଧକ୍ଷ ସୁଦର୍ଶନ ଶବର ଓ ତାଙ୍କ ସମର୍ଥିକ ନେତା ଏବଂ କର୍ମୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ । ସେଠାରେ ପୂଜା ପାଠ ପରେ ଅଧ୍ୟକ୍ଷା ଆସନ ଅଳଙ୍କୃତ କରିଥିଲେ ।
କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ର ସମସ୍ତ କର୍ମକର୍ତ୍ତା ଓ ସରପଞ୍ଚ, ସମିତି ସଭ୍ଯ ଉପସ୍ଥିତ ଥିଲେ । ଅନୁଷ୍ଠିିତ ଏହି କାର୍ଯ୍ୟକ୍ରମରେ ବିଡିଓ ଶାନ୍ତି ପ୍ରଭା ପ୍ରଧାନ ଙ୍କ ଅନୁପସ୍ଥିତି ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚା ହେଉଛି । ବର୍ତ୍ତମାନ୍ ଦାୟିତ୍ଵ ଗ୍ରହଣ କରିଥିବା ଅଧ୍ୟକ୍ଷା ଓ ତାଙ୍କ ସମର୍ଥକ ଙ୍କୁ ନିର୍ବାଚନ ରେ ହଟାଇବା ନିମନ୍ତେ ପରୋକ୍ଷ ଭାବେ ଶ୍ରୀମତୀ ପ୍ରଧାନ ଚଳାଇଥିବା ଚାଲ ଫେଲ ମାରିଥିବା ଯୋଗୁଁ ଶ୍ରୀମତୀ ପ୍ରଧାନ ମୁହଁ ଲୁଚାଇ ରହିଲେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସମୟ କହିବ କେଉଁ ପାଣି କୁଆଡେ ଯାଉଚି ।

