ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼) – ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଖଣି ଦୁର୍ନୀତି କରି ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଟଙ୍କା ତାଙ୍କ ବନ୍ଧୁମାନଙ୍କୁ ଦେଇଛନ୍ତି। ସାରାରାଜ୍ୟ ଜାଣିଛି, ଚିଟଫଣ୍ଡ ଦୁର୍ନୀତିରେ ୫ହଜାର କୋଟି ଟଙ୍କା ଚୋରି ହୋଇଛି। ଦିଲ୍ଲୀ ହେଉ କିମ୍ବା ଓଡ଼ିଶା, କଂଗ୍ରେସ ସରକାର ଆସିବା ମାତ୍ରେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ କରାଯିବ ବୋଲି କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ବରଗଡ଼ ସହର ଉପକଣ୍ଠ ନୂଆ ସରସରା ପଡ଼ିଆରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ରାହୁଲ କହିଛନ୍ତି ଯେ, ଓଡ଼ିଶାକୁ କିଛି ବଛାବଛା ଅଫିସର ଶାସନ କରୁଛନ୍ତି। ରାଜ୍ୟରେ ଜନତାଙ୍କ ସ୍ବର ଶୁଣାଯାଏ ନାହିଁ । ନବୀନ ପଟ୍ଟନାୟକ ଓଡ଼ିଶାକୁ ଶାସନ କରନ୍ତି, ହେଲେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିମୋର୍ଟ କଣ୍ଟ୍ରୋଲ ଦ୍ୱାରା ପରିଚାଳନା କରିଥାନ୍ତି । ରାଜ୍ୟରେ ଆଦିବାସୀ ମହିଳାଙ୍କ ସ୍ବର ସରକାରଙ୍କ ପାଖେ ପହଞ୍ଚେ ନାହିଁ । ସାରା ଓଡ଼ିଶାରେ ପ୍ରାୟ ଦେଢ଼ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି। ତନ୍ମଧ୍ୟରୁ ୩୦ ହଜାର ଶିକ୍ଷକ ପଦବୀ ଖାଲି, ୫ହଜାର ମେଡ଼ିକାଲ ପଦବୀ ଖାଲି। ଓଡ଼ିଶାର ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ନାହିଁ । କଂଗ୍ରେସ ଶାସନ ଆସିବା ମାତ୍ରେ ଖାଲିଥିବା ପଦବୀ ପୂରଣ କରାଯିବ ବୋଲି ରାହୁଲ ପ୍ରତିଶୃତି ଦେଇଛନ୍ତି ।

ଅପରପକ୍ଷେ ମୋଦି ସରକାରଙ୍କ ଜିଏସଟି, ବିମୁଦ୍ରୀକରଣ ଯୋଗୁ ସାଧାରଣ ଜନତା ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ କଂଗ୍ରେସ ସରକାର କେନ୍ଦ୍ରରେ ଆସିଲେ ଜିଏସଟି ପରିବର୍ତ୍ତେ ସମସ୍ତଙ୍କ ପାଇଁ ଏକ ସାଧାରଣ ଟ୍ୟାକ୍ସ ପ୍ରଚଳନ କରିବ ବୋଲି ସେ କହିଥିଲେ । ତେବେ ସେ ନିଜ ଅଭିଭାଷଣରେ ଯେଉଁ ପ୍ରତିଶୃତି ଦିଅନ୍ତି, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି ଏବଂ ପଡ଼ୋଶୀ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ କଂଗ୍ରେସ ଶାସନକୁ ଆସିବା ପରେ ତାଙ୍କ ପ୍ରତିଶୃତି ଯଥାର୍ଥତା ପ୍ରତିଫଳିତ ହୋଇ ସାରିଥିବା ରାହୁଲ କହିଥିଲେ । ଉକ୍ତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ଜଗନ୍ନାଥ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ, ପୂର୍ବତନ ଅତାବିରା ବିଧାୟକ ନିହାର ମହାନନ୍ଦ, ହମ୍ମିଦ ହୁସେନ, ପ୍ରଫୁଲ୍ଲ ମାଝି, ସୁରେନ୍ଦ୍ର ସିଂ ଭୋଇ, ଶରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here