ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜୀବନ ଯାପନ କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ପୋଷାକ , ଖାଦ୍ୟ ଓ ଘର ର ଆବଶ୍ୟକ ହୋଇଥାଏ । କିନ୍ତୁ ବର୍ତ୍ତମାନ୍ ର ବୈଜ୍ଞାନିକ ଯୁଗରେ ଜୀବନ୍ ଜାପାନ ପାଇଁ ବିଜୁଳି ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । କେନ୍ଦ୍ରୀୟ ବିଦ୍ୟୁତ ଯୋଗାଣ ସଂସ୍ଥା ସେସୁ (CESU) ୧୯୯୯ ମସିହା ଠାରୁ ୨୦୨୦ ମସିହା ମେ ମାସ ୩୦ ତାରିଖ ପର୍ଯ୍ୟନ୍ତ ଓଡିଶା ରେ ବିଦ୍ୟୁତ ଯୋଗାଣ କାର୍ଯ୍ୟକ୍ରମ ସଫଳତା ର ସହ ତୁଲାଉଥିଲେ । ବର୍ତ୍ତମାନ ଟାଟା ପାୱାର ର ଦକ୍ଷିଣ ଓଡିଶା ଦାୟିତ୍ୱ ତୁଲାଉଥିବା (TPSODL) ସଂସ୍ଥା ର କେଳେଙ୍କାରୀ ବର୍ତ୍ତମାନ ଦାଣ୍ଡ ରେ ପଡି ହାଟ ରେ ଗଡୁଛି । ଟାଟା ପାୱାର କମ୍ପାନୀ ୨୦୨୦ ମସିହା ଜୁନ ମାସ ୧ ତାରିଖ ଠାରୁ ଓଡିଶା ସରକାର ଙ୍କ ସହ ଯଏଣ୍ଟ ଭେଞ୍ଚର ତଥା ସଂଯୁକ୍ତ ଉଦ୍ୟମ ରେ ଓଡିଶା ରେ ବିଦ୍ୟୁତ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଓଡିଶା ସରକାର ଙ୍କ ସହ ଟାଟା ପାୱାର କମ୍ପାନୀ ର ଚୁକ୍ତି ଅନୁଯାୟୀ ଟାଟା ପାୱାର ଏହି କାର୍ଯ୍ୟ ତୁଲାଇବା ନିମନ୍ତେ ଚୁକ୍ତିବଦ୍ଧ । କିନ୍ତୁ ଟାଟା ପାୱାର କମ୍ପାନୀ ଉକ୍ତ କାର୍ଯ୍ୟ ନିଜେ ନକରି କିଛି ଏଜେନ୍ସି ମାନଙ୍କ ସହ ଚୁକ୍ତି ଭିତ୍ତିକ ଭାବେ କରାଉଥିବା ସୂଚନା ମିଳିଛି । ପ୍ରଥମେ ଏହି ତ୍ରି – ଫେଜ ରିଡିଙ୍ଗ କାର୍ଯ୍ୟ କୁ ଭାନମାରିଆ ଇମ୍ଫରା ନାମକ ପ୍ରାଇଭେଟ କମ୍ପାନୀ ରାୟଗଡା ଓ ଜୟପୁର ସର୍କିଲ ରେ ତୁଲାଉଥିଲା କିନ୍ତୁ ବର୍ତ୍ତମାନ କିଛି ଦିନ ହେବ ଇନ୍ଭେଣ୍ଟିବ ନାମକ ପ୍ରାଇଭେଟ କମ୍ପାନୀ ଏହି କାର୍ଯ୍ୟ ତୁଲାଉଅଛି । ଓଡିଶା ସରକାର ଙ୍କ ସହ ଚୁକ୍ତି ଅନୁଯାୟୀ ଟାଟା ପାୱାର ପୂର୍ବରୁ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ମାନଙ୍କୁ କାର୍ଯ୍ୟ ରୁ ବେଦଖଲ ନକରି ସେମାନଙ୍କ ସହ ସହଭାଗୀତା ରେ ହିତାଧିକାରୀ ମାନଙ୍କୁ ବିଦ୍ୟୁତ ଯୋଗାଣ କରିବା ନିମନ୍ତେ ସ୍ଥିର କରାଯାଇଥିଲା । ଏଣୁ ଗତ ଦିନ ରେ ଓଡିଶା ର ମାନ୍ୟବର ଏନର୍ଜୀ ମିନିଷ୍ଟର ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ସହ ଆଲୋଚନା ବେଳେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ର ସଭାପତି ଶ୍ରୀ ସୁବାସ ସିଂ କହିଥିଲେ ରେଗୁଲାର ଏମ୍ପ୍ଲୟର , ଆଉଟ ସୋରସ୍ କିମ୍ବା ଅସ୍ଥାୟୀ ଠିକା କର୍ମଚାରୀ ଯେଉଁ ମାନେ ଏଜେନ୍ସି ଦ୍ୱାରା ନିୟୋଜିତ ସମସ୍ତ ଙ୍କୁ କାର୍ଯ୍ୟ ରୁ ବାହାର କରିପାରିବେ ନାହିଁ ସେମାନେ ସମସ୍ତେ କାର୍ଯ୍ୟ କରିବେ ଏବଂ ଟାଟା ପାୱାର ବିଭିନ୍ନ ସେକ୍ଟର ରେ ୨୫ ହଜାର ନିଯୁକ୍ତି ଦେବା ସହ ନିୟୋଜିତ କର୍ମଚାରୀ ଙ୍କୁ ଠିକ ସମୟରେ ସେମାନଙ୍କ ପ୍ରାପ୍ୟ ବେତନ ଯୋଗାଇଦେବା ଏବଂ କର୍ମକ୍ଷେତ୍ର କୁ ଯିବା ପୂର୍ବରୁ କର୍ମଚାରୀ ଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା ପରନ୍ତୁ ଟାଟା କମ୍ପାନୀ ଦ୍ଵାରା ନିଯୋଜିତ ଏଜେନ୍ସି ସମ୍ପୂର୍ଣ୍ଣ ଭାବେ ଏହାକୁ ଏଡ଼ାଇ ଦେଇ ନିଜ ର ମନମୁଖୀ କାର୍ଯ୍ୟ ତୁଲାଇବା ହେତୁ କର୍ମକ୍ଷେତ୍ର ରେ କର୍ମଚାରୀ ଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ବର୍ତ୍ତମାନ ପରିସ୍ଥିତି ରେ ଟାଟା ପାୱାର ଦ୍ୱାରା ନିୟୋଜିତ ଏଜେନ୍ସି ଇନ୍ଭେଣ୍ଟିଭ ୧୦ ବର୍ଷ ରୁ ଉର୍ଦ୍ଧ ଶ୍ରମଦାନ କରିଥିବା କର୍ମଚାରୀ ମାନଙ୍କୁ କୌଣସି କାରଣ ନ ଦର୍ଶାଇ ଛଟାଇ କରିଥିବା ଅଭିଯୋଗ ଆସିଛି ।ଟାଟା ପାୱାର ଦ୍ୱାରା କାର୍ଯ୍ୟାଦେଶ ପାଇଥିବା ନୂତନ ଏଜେନ୍ସି ଇନ୍ଭେଣ୍ଟିଭ ପୁରଣା କର୍ମଚାରୀ ମାନଙ୍କୁ ବାହାର କରି ଦେଇ ନୂତନ କର୍ମଚାରୀ ମାନଙ୍କ ଠାରୁ ହାତ ଗୁଞ୍ଜ। ନେଇ ସେମାନଙ୍କୁ କାମ ରେ ନିୟୋଜିତ କରିଥିବା ଅଭିଯୋଗର ଚର୍ଚ୍ଚା ଜୋର ଧରିଛି । କରୋନା ସମୟ ରେ ନିଜ ଜୀବନ କୁ ଜଳାଞ୍ଜଳି ଦେଇ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଛଟେଇ କରି ଟଙ୍କା ଆଶା ରେ ନୂତନ କର୍ମଚାରୀ ଙ୍କୁ ନିଯୁକ୍ତି ଦେବା ପଦକ୍ଷେପକୁ ନେଇ ବର୍ତ୍ତମାନ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଏକ ବିଶେଷ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ ତୃଣମୂଳ ସ୍ଥର ରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିବା ଆବଶ୍ୟକ ନାହିଁ ଏଜେନ୍ସି କୁ ସାହାଯ୍ୟ କରି ସେମାନଙ୍କ ସହଭାଗୀତା ରେ କାର୍ଯ୍ୟ କରିବା ନେଇ ଟାଟା କମ୍ପାନୀ ର କର୍ପୋରେଟ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟୁତ ବିଭାଗ ର ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଏସବୁ ଅଭିଯୋଗ ଉପରେ ଏକ ଦୃଢ଼ ତଦନ୍ତ କରାଯିବା ପାଇଁ ସାଧାରଣ ରେ ଦାବୀ ହେଉଛି ।