ରାମନାଗୁଡା କ ଯୋନ ପ୍ରାର୍ଥୀ ଶିବାଶିଷଙ୍କ ନାମାଙ୍କନ ପତ୍ର ନାକଚ ମାମଲା, କୋର୍ଟ ରେ ମାମଲା ପାଇଁ ସଜବାଜ….!
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କ ଯୋନ ଜିଲା ପରିଷଦ ନିର୍ବାଚନ ମାମଲା ଏବେ ବିବାଦୀୟ ହୋଇ ପଡିଛି l ଏହି ଯୋନର ପ୍ରାର୍ଥୀ ହୋଇ ନାମାଙ୍କନ ଦାଖଲ କରିଥିବା ଶିବାଶିଷ ପାଣିଗ୍ରାହୀ କୋର୍ଟ ର ଆଶ୍ରୟ ନେବାକୁ ସଜବାଜ ହେଉଥିବା ଜଣା ପଡ଼ିଛି l ତାଙ୍କର ପ୍ରାର୍ଥୀ ପତ୍ର କିପରି ନାକଚ ହେଲା ତାହା ବିରୋଧରେ ସେ ନିର୍ବାଚନୀ ମାମଲା ରୁଜୁ କରିବେ ବୋଲି ତାଙ୍କ ଓଲିଲ ପ୍ରଦିପ ଦାସ ସୂଚନା ଦେଇଛନ୍ତି l ଜିଲା ପରିଷଦ ନିର୍ବାଚନ ପାଇଁ ଶିବାଶିଷ ନାମାଙ୍କନ ଗୁଣପୁର ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ l ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ତାଙ୍କର ଭୋଟର ଲିଷ୍ଟ ରେ ନାମ ନଥିବା କହି ନାମାଙ୍କନ ପତ୍ର କୁ ଖାରଜ କରି ଥିଲେ ନିର୍ବାଚନ ଅଧିକାରୀ l ଏହାକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି l ତାଙ୍କ ନାମ ଗୁଣପୁର ପୌର ପରିଷଦରେ ଥିବାରୁ ତାଙ୍କ ନାମକୁ ନିର୍ବାଚନ ଅଧିକାରୀ ନାକଚ କରି ଦେଇଥିଲେ l ହେଲେ ଏହାକୁ ନେଇ ଶିବାଶିଷ ଏବଂ ତାଙ୍କ ଓକିଲ ଖାରଜ କୁ ନେଇ ପ୍ରଶ୍ନ ଉଠାଇଛନ୍ତି l ସେମାନଙ୍କର ଅଭିଯୋଗ ହେଲା ତାଙ୍କ ର ପ୍ରାର୍ଥି ପତ୍ର ଦାଖଲ ସମୟରେ କିପରି ଏହା ଜାଣି ପାରିଲେ ନାହିଁ l ସେତେବେଳେ ସମସ୍ତ ତନଖି ପରେ ନାମାଙ୍କନ ପତ୍ର ଗ୍ରହଣ କରାଯାଇଥିଲା l ପ୍ରାର୍ଥୀ ପତ୍ର ଦାଖଲ ସମୟରେ କେଉଁ ଭୋଟର ତାଲିକା ସେମାନେ ଦେଖିଥିଲେ l ବର୍ତ୍ତମାନ ଲେଉଁ ଭୋଟର ତାଲିକା ଦେଖି ଖାରଜ କଳେ l ଯଦି ନାମ ନଥିଲା ପ୍ରାର୍ଥୀ ପତ୍ର ଗ୍ରହଣ ସମୟରେ ହିଁ ଗ୍ରହଣ କରିବା କଥା ନୁହଁ l ଯାଞ୍ଚ ରେ କିପରି ଖାରଜ କଲେ ତାହା ପରେ ନିର୍ବାଚନ ପରିଚାଳନରେ ଅନିୟମିତତା ନୁହେଁ କି ବୋଲି କହିଛନ୍ତି l ଶିବାଶିଷ ପୂର୍ବରୁ ଗୁଣପୁର ବ୍ଲକ ରେଗେଡା ପଞ୍ଚାୟତ ଅଧୀନ ଗୋପାଳ ନଗର ଠାରେ ରହୂଥିଲେ l ତାଙ୍କର ନାମ ଗ୍ରାମାଞ୍ଚଳରେ ରହୁ ଥିବାରୁ ସେହି ଅନୁସାରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ l ତାଙ୍କ ନାମ ବର୍ତ୍ତମାନ ମଧ୍ଯ ସେହି ଅନୁସାରେ ରହିଛି, ପୌର ପରିଷଦର ଭୋଟର ତାଲିକା ହୋଇ ନାହିଁ l ବର୍ତ୍ତମାନ ସୁଦ୍ଧା ପୌର ପରିଷଦ ଘୋଷଣା ହୋଇ ଭୋଟ ହୋଇ ନାହିଁ କିମ୍ବା ତାଙ୍କ ନାମ ଭୋଟର ତାଲିକାରୁ ବା ଦ ପଡି ନାହିଁ । ଯଦି କୌଣସି ବ୍ୟକ୍ତି ଭୋଟର ତାଲିକାରୁ ବ।ଦ ପଡିବା ଜାଣି ଥାନ୍ତା ତେବେ ଅନ୍ୟ ଭୋ ଟର ତାଲିକା ରେ ସଂଯୋଗ କରିଥାନ୍ତେ । ଭୋଟର ତାଲିକାରେ ନାମ ଥାଇ ତାଙ୍କ ପ୍ରାର୍ଥୀ ପତ୍ର ଗ୍ରହଣ କରାଯାଇ ନାକଚ କରିଥିବାରୁ ଏହା ଉପଜିଲାପାଳ ଗୁଣପୁର ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀଙ୍କ ବିଜେଡି ଦଳକୁ ସହାୟତା ଦିଗରେ ପରୋ କ୍ଷ ହସ୍ତକ୍ଷେପ ବୋଲି ନବଭାର ତ ନିର୍ମାଣ ସେବା ପାର୍ଟି ର ଜାତୀୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

