ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଂଚାୟତ ନିର୍ବାଚନ ପ୍ରକ୍ରିୟା ଘୋଷଣା ହୋଇସାରିଥିବାବେଳେ ରାଜ୍ୟରେ ପୌର ନିର୍ବାଚନକୁ ଶୀଘ୍ର ସାରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ବହୁଚର୍ଚ୍ଚିତ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ର ଧାରା ୧୪ର ଉପଧାରା ୩ ଓ ୪ ଅନ୍ତର୍ଗତ ଏବଂ ଓଡ଼ିଶା ମହାନଗର ନିଗମ ରୁଲସ-୨୦୦୩ର ରୁଲ-୮୦(୮) ର ପ୍ରାବଧାନ ଅନୁସାରେ ମହାନଗରଗୁଡ଼ିକର ମେୟର ପଦବୀକୁ ସଂରକ୍ଷିତ ରଖିବାକୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ କଟକ ମହାନଗର ନିଗମକୁ ଅଣସଂରକ୍ଷିତ ରଖାଯାଇଛି । ଏହି ସଂରକ୍ଷଣ ଉପରେ କାହାରି ଆପତ୍ତି-ଅଭିଯୋଗ ରହିଥିଲେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତରେ ଜଣାଇବାକୁ କୁହାଯାଇଛି । ଆଜି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି ।