ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନୂଆ ଆଶା, ନୂଆ ବିଶ୍ୱାସ ଓ ନୂଆ ସମ୍ଭାବନା ନେଇ ଆସିଛି ନୂଆବର୍ଷ ୨୦୨୨  । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ଖୁବ୍‌ ଉତ୍ସାହିତ ଥିବା ବେଳେ  କରୋନା କଟକଣା ଯୋଗୁଁ ଏହା ଫିକା ପଡିଯାଇଛି । ହୋଟେଲ, ରେଷ୍ଟୁରାଣ୍ଟରେ ଜିରୋନାଇଟ ସେଲିବ୍ରେସନ ପାଇଁ କଟକଣା ଜାରି କରାଯାଇଥିବାରୁ ଲୋକମାନେ ଘରେ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ।  ଏଥିସହ ସୋଶାଲ ମିଡିଆରେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ନିରାଡମ୍ବରରେ ଧରାବତରଣ କରିଥିବା ୨୦୨୧ ନେଇଛି ନିରବ ମେଲାଣି । କରୋନା ଭୟରେ ଭାରାକ୍ରାନ୍ତ ବିଶ୍ୱବାସୀ ୨୦୨୨ରେ ଖୋଜୁଛନ୍ତି ଆଶ୍ୱସ୍ତିର ରାହା ।  ନୂଆବର୍ଷକୁ ପରିବାର, ସାଙ୍ଗସାଥୀଙ୍କ ସହ  ସ୍ୱାଗତ କରିବା ପାଇଁ ଲୋକମାନେ ପୂର୍ବରୁ ପ୍ରସ୍ତୁତି କରିଥିବା ବେଳେ ଅଚାନକ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ବିଭିନ୍ନ ରାଜ୍ୟରେ କଡା କଟକଣା ଲଗାଯାଇଛି  ।

ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିରେ ବୁଲିବାର ମଜା ନେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପୁରୀରେ ହୋଇଛି ଅସମ୍ଭବ ଗହଳି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ସମୁଦାୟ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି  । ଜିରୋନାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଜୟ ଜଗନ୍ନାଥ ଏବଂ ୨୦୨୨ ଲେଖି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବେଶ୍‌ ଆକର୍ଷଣୀୟ ହୋଇଛି ।

 

LEAVE A REPLY

Please enter your comment!
Please enter your name here