!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ରାୟଗଡା ର ଆଜି ଉକ୍ତ ବସ୍ଷ୍ଟାଣ୍ଡ ନିକଟରେ ଭିକ୍ଷୁକ ଜଣଙ୍କ ବସି ଭିକ୍ଷାବୃତ୍ତି କରୁଥିଲେ।ଏପରି ଭିନ୍ନ କୌଶଳକୁ ଦେଖ୍ ଜନଗହଳି ହେବାରୁ ସେଠାକାର ଟ୍ରାଫିକ ପୁଲିସ ତାଙ୍କୁ ତାଗିଦ କରିଥିଲା,ପରେ ଭିକ୍ଷୁକଜଣକ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ସ୍ଥାନ କୁ ପଳାଇ ଯାଇଥିଲେ।ଭିକ୍ଷୁକ ଜଣକ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି।ଖୁଚୁରା ସମସ୍ୟା ପାଇଁ ଭିକ୍ଷା ମିଳିପାରୁ ନ ଥିଲା।ଦିନସାରା ବସି ଟଙ୍କାଟିଏ ମିଳୁ ନ ଥିଲା।ସହରର ଗଳିକନ୍ଦି ବୁଲିଥିଲେ ହେଁ ଟଙ୍କାଟିଏ ମିଳୁ ନ ଥିଲା।ସମସ୍ତେ ଖୁଚୁରା ନାହିଁ ବୋଲି କହି ମୁହଁ ଫେରାଇ ଚାଲି ଯାଉଥିଲେ।ଆଗରୁ ଦୁଇ ପଇସା ରୋଜଗାର କରୁଥିବା ବ୍ୟକ୍ତି ଜଣଙ୍କ ଦେଶ ଦୁନିଆ ବିଷୟରେ ଅନଭିଜ୍ଞ ଥିଲେ।ସନ୍ଧ୍ୟାରେ ନିରାଶ ହୋଇ ସେ ଘରକୁ ଫେରୁଥିଲେ।ପୂର୍ବରୁ ଦାନ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଆଜି ଟଙ୍କାଟିଏ ଦେବାକୁ ମଧ୍ୟ ଅମଙ୍ଗ ହେଉଥିଲେ।କ’ଣ ପାଇଁ ଅମଙ୍ଗ ହେଉଛନ୍ତି ବୋଲି ଜାଣିବା ପୂର୍ବରୁ ସହରର ସବୁ ଦୋକାନ ଆଗରେ ଲାଗିଥିବା ଫୋନ୍ ‘ଫେ’ ଷ୍ଟିକର ଦେଖିବାକୁ ପାଇଥିଲେ।ଏହାର କାରବାର ବିଷୟରେ ଜାଣିବା ପରେ କେ.ମାଲେସ ନାମକ ଏହି ଭିକ୍ଷୁକ କିଛି ଲୋକଙ୍କ ପରାମର୍ଶ ଲୋଡ଼ିଥିଲେ।ଶେଷରେ କିଛି ଲୋକଙ୍କ ପରାମର୍ଶକ୍ରମେ ଏହି ନିଆରା ନଗଦ କାରବାରକୁ ଆପଣାଇ ଦୁଇ ପଇସା ପାଇପାରୁଛନ୍ତି।ପ୍ରତିଦିନ ନିଜର ବ୍ୟାଙ୍କ ଖାତାକୁ ୨୦୦ରୁ ୩୦୦ ଟଙ୍କା ଆସୁଥୁବା ଓ ଏହି ଟଙ୍କାରେ ପରିବାର ଚଳାଉଥିବା ଭିକ୍ଷୁକଜଣକ କହିଛନ୍ତି।