!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ଗୁଣପୁର)-ଆଉ ନାହଁ।ନ୍ତି ସଙ୍ଗୀତ ସାଧକ ଗୁରୁ ଚିତ୍ତରଞ୍ଜନ । ଆଉ ଶୁଭିବନି ହାରମନିୟମରୁ ସରେଗାମାପାର ଝଙ୍କାର କି ତବଲାର ଘୁମ ଘୁମ ଶବ୍ଦ। ରାୟଗଡା ଜିଲା ଗୁଣପୁର ସହର ପ୍ରଥମ ଓ ସର୍ବ ପୁରାତନ ସଂଗୀତ ବିଦ୍ୟାଳୟ ଭାବେ ପରିଚିତ ସଂଗୀତ କଳା ନିକେତନର ପ୍ରତିଷ୍ଠାତା ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତିଙ୍କ ଶୁକ୍ରବାର ୮୭ ବର୍ଷ ବୟସରେ ପରଲୋକ ଘଟିଛି । ସେ ଗତ ୪ ଦିନ ତଳେ ଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଗୁଣପୁର ସରକାରୀ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ। ତେବେ ଅଚାନକ ମଧ୍ୟ ରାତ୍ରରେ ତାଙ୍କରି ପ୍ରାଣ ବାୟୁ ଉଡିଯାଇଥିଲା। ଖବର ପାଇ ଗୁଣପୁର ସହରର ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ବିଶେଷ କରି ବରିଷ୍ଠ କଂଗ୍ରେସ ନେତା ବିଜୟ କୁମାର ଗାମଙ୍ଗ, ସଂଗୀତ କଳା ନିକେତନର ସଭାପତି ଇଂ ଵିଷ୍ଣୁ ପଟ୍ଟନାୟକ, ଗୌରୀ ତ୍ରିପାଠୀ , ସମାଜସେବୀ ତଥା ନବ ନିର୍ମାଣ ସମିତିର ଅଧ୍ୟକ୍ଷ ଅକ୍ଷୟ ଦାସ, ସମ୍ପାଦକ ରଂଜୀତ ପାଢ଼ୀ, ଉମା ଦାସ, ଯୁବ ଆଇନଜୀବି ରମେଶ ଲିମା, ଆମ ପରିବାର ପକ୍ଷରୁ ଶିବ ଗୌଡ଼, ଦୟାନିଧୀ ବାରିକ, ପ୍ରସାନ୍ତ କୁମାର ହୋତା, ନୁନୁ ପାଢ଼ୀ, ଅଜିତ ପଣ୍ଡା, ବର୍ଷିଆନ ଶିକ୍ଷକ ଜଗନ୍ନାଥ ମିଶ୍ର, ଅନନ୍ତ ପାତ୍ର, ପ୍ରଭାତ ମହାପାତ୍ର ସହ ବହୁ ଲୋକେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ସ୍ଵର୍ଗତ ଗୁରୁ ଙ୍କ ମର ଶରୀରରେ ଗୁଣପୁର ବାସୀ କାନ୍ଦ ଦେଇ ସ୍ଵର୍ଗ ରଥ ଯାଏଁ ବୋହି ନେଇ ମାନବିକତା ଦେଖାଇଲେ ପରେ ସ୍ୱର୍ଗରଥରେ ବଂଶଧାରା ନଦୀ ତୀରେ ଶବ ସତ୍କାର କରାଯାଇଥିଲା। ବରିଷ୍ଠ ଓକିଲ ତଥା ଅନୁଷ୍ଠାନର ଉପଦେଷ୍ଟା ପ୍ରଦୀପ କୁମାର ଦାସ ମୁଖାଗ୍ନି ପ୍ରଦାନ କରିଥିଲେ।

