କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସହିଦ୍ ଯବାନ ଙ୍କ ନିମନ୍ତେ ନୀରବ କେଣ୍ଡାଲ ଶୋଭାଯାତ୍ରା ….!

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱାତ ଙ୍କ ସମେତଦେଶର କେତେକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ତାମିଲନାଡୁ ର କ୍ଳନୁର ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏମାନଙ୍କ ଉଦ୍ଦେଶ୍ୟରେ ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଆହ୍ଵାନ କ୍ରମେ ସ୍ଥନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଏକ କ୍ୟାଣ୍ଡାଲ ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଏହି କ୍ୟାଣ୍ଡାଲ ଶୋଭା ଯାତ୍ରାରେ ଏମାନଙ୍କ ସହ ସ୍ଥାନୀୟ ପୋଲିସ ବିଭାଗ ର ସମସ୍ତ କର୍ମକର୍ତ୍ତା ଯୋଗଦେଇ ଦିବଙ୍ଗତ ଯବାନ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯବାନଙ୍କ ମରଆତ୍ମା ର ସଦ୍ଗତି କାମନା ଉଦ୍ଦେଶ୍ୟରେ ଗୁଣପୁର ପୁରୁଣା ବସ ଷ୍ଟାଣ୍ଡ ଠାରେ ମା ମଝିଗୌରୀ କିନ୍ନର ସେବା ସଂଘ ସହଯୋଗରେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା ।

କିନ୍ନର ସଂଘ ର ଜିଲ୍ଲା ସଭାପତି ପିଙ୍କି ମହାପାତ୍ର ,ସମାଜ ସେବୀ ଉମା ଦାଶ , ପ୍ରେମ ପଣ୍ଡା ଓ ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଦ୍ୱୀପ ପ୍ରଜ୍ୱଳନ କରି କ୍ୟାଣ୍ଡାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ପୁରୁଣା ବସ ଷ୍ଟାଣ୍ଡ ଠାରେ ଜାତୀୟ ପିତା ବାପୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ଏକ ପଥପ୍ରାନ୍ତ ସଭାରେ ଦିବଙ୍ଗତ ଯବାନଙ୍କ ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସ୍ମୃତି ଚାରଣ କରାଯାଇଥିଲା । ନିଜ ଅଭିଭାଷଣ ରେ ସମାଜ ସେବୀ ଉମା ଦାଶ ଏବଂ ସ୍ଥାନୀୟ ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଜସୱନ୍ତ ହିଆଲ୍ ପ୍ରତିରକ୍ଷା କ୍ଷେତ୍ର ରେ ବୈପ୍ଳବିକ ବିକାଶ ଆଣିଥିବା ଏଭଳି ଭାରତବର୍ଷର ସୁଯୋଗ୍ୟ ସାନ୍ତାନ କୁ ଦେଶ ବାସୀ ହରାଇ ଥିବା କହି ଦୁଃଖ ପ୍ରକାଶ କରିଥିଲେ ।

ଏହି ଶୋଭାଯାତ୍ରାରେ କଳିଙ୍ଗ ସାମ୍ବାଦିକ ସଂଘ ର ସମସ୍ତ କର୍ମକର୍ତ୍ତା ଏବଂ ସହକାରୀ ଥାନା ଅଧିକାରୀ ଆଶ୍ରିତା ଖାଲକୋ, ସବ ଇନ୍ସପେକ୍ଟର ତାରକା ସେଠ୍, ଶ୍ରୀ ସୁକାନ୍ତ ବେହେରା, ଶ୍ରୀ ରବୀନ୍ଦ୍ରନାଥ ଗୌଡ, ଶ୍ରୀ ଅଶୋକ ପାଢୀ, ଏ.ଏସ୍ .ଆଇ ଶ୍ରୀ ପ୍ରଶାନ୍ତ ପାଲକା ଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ କରିଥିଲେ ।

Leave a Reply

Your email address will not be published. Required fields are marked *