Site icon Ethara Sambhala

ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ୫ତମ ବାର୍ଷିକ ଉତ୍ସବ ପାଳିତ ….!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ)- ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ଶାଖାର ୫ତମ ବାର୍ଷିକ ଉତ୍ସବ ରାୟଗଡ ନିକଟସ୍ଥ ପିତମହଲ ଠାରେ ଥିବା ସେଞ୍ଚୁରିଆନ ୟୁନିଭରସିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସଭାପତି ସରୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଅୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖାଉଟି ଅଦାଲତର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଦଶ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସେଞ୍ଚୁରିଆନ ୟୁନିଭରସିଟିର ନିର୍ଦେଶକ ଶ୍ରୀ ରାଜେଶ କୁମାର ପାଢୀ ଯୋଗଦେଇ ଥିଲେ । ଏହି ଅବସରରେ ପ୍ରଥମେ ଅତିଥି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହାପରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ତାମିଲନାଡୁର ନୀଳଗିରିରେ ଘଟି ଥିବା ଭାରତୀୟ ବାୟୁ ସେନାର ହେଲିକେପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ସିଡିଏସ ମୁଖ୍ୟ ବିପିନ ରାୱତ ଏବଂ ତାଙ୍କର ସହଧର୍ମିଣୀ ଓ ସେନା କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ ହୋଇ ଥିବା ଯୋଗୁଁ ତାଙ୍କ ଆମର ଆତ୍ମା ର ସଦ୍ଗତି ଉଦ୍ଦେଶ୍ୟ ରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ସଭା ଆରମ୍ଭ ରେ ସମ୍ପାଦକ ମନୋଜ କୁମାର ସମ୍ପାଦକୀୟ ବିବାରିଣୀ ପାଠ କରିଥିବା ବେଳେ ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ମହାପାତ୍ର ସଭାପରିଚାଳନା କରିଥିଲେ। ସଭାରେ ବକ୍ତବ୍ୟ ମାଧ୍ୟମରେ ଗୋପବନ୍ଧୁ ବୀମା ରାଶି କୁ ଦୁଇ ଲକ୍ଷ ରୁ ପାଞ୍ଚ ଲକ୍ଷ ବୃଦ୍ଧି କରିବା, କାର୍ଯ୍ୟରତ ସାମ୍ବାଦିକ ଙ୍କ ପାଇଁ ବସ ଏବଂ ରେଳ ପାସ ପ୍ରଦାନ କରିବା ,ସାମ୍ବାଦିକ ଙ୍କୁ ସୁରକ୍ଷା ଓ ଅବସର କାଳୀନ ଭତ୍ତା ପ୍ରଦାନ କରିବା ଏବଂ ବାସଗୃହ ପ୍ରଦାନ କରିବା ପାଇଁ ରାୟଗଡା ଜ଼ିଲ୍ଲା ଶାଖା ସଭାପତି ସରୋଜ କୁମାର ସାହୁ ଦାବି କରିଥିଲେ । ସାମ୍ବାଦିକ ମାନେ କିଭଳି ସମାଜ ର ଜାଗ୍ରତ ପ୍ରହରୀ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏବଂ ଦୁର୍ନୀତି କୁ ଲୋକଲୋଚନକୁ ଆଣିବା ସହ ସମାଜ ର ବିଭିନ୍ନ ସମସ୍ୟା ମୂଳକ ଦାବି ଗୁଡିକୁ ଲୋକଲୋଚନ କୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଏନେଇ ଉପସ୍ଥିତ ଅତିଥି ମାନେ ଅଭିଭାଷଣ ମାଧ୍ୟମରେ ମତ ବ୍ୟକ୍ତ କରିଥିଲେ । ଏହି ଅବସର ରେ ସମାଜ ରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରସାଦ କୁମାର ବେହେରା, ବନରଖି, ରାୟଗଡା,ସର୍ପ ବନ୍ଧୁ ପ୍ରଦୀପ କୁମାର ସେନାପତି, ମହିଳା ଶକ୍ତିଉତ୍ତଳନକାରୀ ପ୍ରୀତି କଣ୍ଡାଗରି ଙ୍କ ସମେତ ଅନ୍ୟ ମାନଙ୍କୁ ଉପଢୌକନ, ମାନପତ୍ର ଓ ସିଲ ଦେଇ ସମ୍ମାନିତ କରାଯାଇଥିଲା।

Exit mobile version