!!! ଦକ୍ଷିଣ ଓଡିଶା ବ୍ୟୁରୋ ହେଡ ହୃଷୀକେଶ ପାତ୍ର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ରାୟଗଡା)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ABVP) ରାୟଗଡ଼ା ନଗର ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ଶ୍ରୀମାନ ଶୁଭମ୍ ପାଣିଗ୍ରାହିଙ୍କ ସଭାପତିତ୍ୟ ରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ଦୀପକ କୁମାର ରାଉତ , ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ତଥା ଗଞ୍ଜାମ , ଗଜପତି, ରାୟଗଡ଼ ବିଭାଗ ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାସ ଉପସ୍ଥିତ ରହି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏକ ଅଣରାଜନୈତିକ ଛାତ୍ର ସଙ୍ଗଠନ , ଜ୍ଞାନ ,ଚରିତ୍ର ,ଏକତା କୁ ନେଇ ଛାତ୍ର ମାନଙ୍କ ମଧ୍ୟରେ ଦେଶ ପ୍ରେମର ଭାବ ଜାଗୃତ କରିବା, ସମାଜ ପ୍ରତି ସମ୍ବେଦନଶୀଳ ହେବା, ଅନ୍ୟାୟ ଓ ଭ୍ରଷ୍ଟାଚାରକୁ ବିରୋଧ କରିବା, ଦେଶର ବୈଭବଶାଳୀ ଇତିହାସକୁ ମନେପକେଇ ରାଷ୍ଟ୍ରର ନିର୍ମାଣ ଏବଂ ବ୍ୟକ୍ତିତ୍ଵ ନିର୍ମାଣ ଉପରେ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ଉକ୍ତ ସମ୍ମିଳନୀରେ ରାୟଗଡ଼ ନଗରର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ନୂତନ କାର୍ଯ୍ୟକର୍ତ୍ତା ଭାବେ ସଭାପତି ମୋନୋଜ ଷଡ଼ଙ୍ଗୀ , ଉପସଭାପତି ସଞ୍ଜୀବ ନାୟକ , ସମ୍ପାଦକ ସିଦ୍ଧାନ୍ତ ବିଡିକା , ସହ ସମ୍ପାଦକ ଭଜନ ନାୟକ ଓ ମଙ୍ଗଳ ପଣ୍ଡା , ପାଠ୍ୟଚକ୍ର ପ୍ରମୁଖ ଏବଂ ମିଡିଆ ପ୍ରମୁଖ ଲୋକେଶ ମଙ୍ଗରାଜ , ଏସ୍ ଏଫ୍ ବି ପ୍ରମୁଖ ରୋହନ କୁମାର ଚୌଧୁରୀ , ଜନଜାତି ଛାତ୍ର ପ୍ରମୁଖ ଦୈତାରି ନାୟକ , ଏମ୍ ଏଫ୍ ଏମ୍ ପ୍ରମୁଖ ମୁନା ନାୟକ , ଛାତ୍ର ସନ୍ଦେଶ ପ୍ରମୁଖ ମଣ୍ଡରାଜ ମିଣିଆକା , ଏବଂ କାର୍ଯ୍ୟକାରିଣୀ ଭାବେ ଚାରିଜଣଙ୍କୁ ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନଗରର ବହୁ ଛାତ୍ର ଯୋଗ ଦେଇଥିଲେ ଶେଷରେ ନଗର ବିସ୍ତାରକ ବିରଞ୍ଚି ନାରାୟଣ ତ୍ରୀପାଠୀ ଧନ୍ୟବାଦ୍ ଦେଇଥିଲେ ।