!!! ଦକ୍ଷିଣ ଓଡିଶା ମୁଖ୍ୟ ହୃଷିକେଶ ପାତ୍ର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଟିକିରି)- ଜୀବନରେ ରୂପାନ୍ତରଣ ଆଣିବା ଏବଂ ଏହା ଚତୁର୍ପାଶ୍ୱର୍ରେ ବାସ କରୁଥିବା ଜନ ସମୁଦାୟଙ୍କ ପାଇଁ ସାମାଜିକ ଅର୍ଥନୈତିକ ସୂଚକଗୁଡିକୁ ପରିବର୍ଦ୍ଧିତ କରିବା ଦିଗରେ ନିରନ୍ତର ଭାବରେ ଚଳାଇଥିବା ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଓ ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଇଡିଆଇଆଇ) ସହଭାଗିତାରେ ଆଜି ଟିକିରିଠାରେ ପ୍ରୋଜେକ୍ଟ ଉଦ୍ୟମୀ ଉଦଘାଟିତ ହୋଇଛି । ଏହି ପ୍ରକଳ୍ପ କାଶିପୁର ଏବଂ ଥୁଆମୂଳା ରାମପୁର ଅଞ୍ଚଳରେ ଅଣ କୃଷି ଏବଂ କୃଷି ସମ୍ପର୍କିତ କ୍ଷେତ୍ରରେ ୩୦୦ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି । ବ୍ୟବସାୟିକ ବିକାଶମୂଳକ ସେବା ଯୋଗାଇଦେବାକୁ ଗୋକୁଳମୁଣ୍ଡା ଟିକିରିଠାରେ ଏକ ଗ୍ରାମ ବ୍ୟବସାୟ ଉନ୍ମେଷ କେନ୍ଦ୍ର ସ୍ଥାପନ କରାଯାଇଛି, ଯାହା ଉଦ୍ୟୋଗଗୁଡିକ ସମ୍ପର୍କରେ ମୋଟାମୋଟି ଚିତ୍ର ପ୍ରସ୍ତୁତି, ବ୍ୟବସାୟିକ ଯୋଜନା ପ୍ରସ୍ତୁତି, ସମ୍ମିଶ୍ରଣ, ବଜାର ସହାୟତା ଆଦି ସେବା ଯୋଗାଇଦେବ ।

ଏଥିସହିତ ବଜାର ଚାହିଦା ପୂରଣ କରିବାକୁ ଏହା ଜୀବିକା ଉପାର୍ଜନ ପୁଞ୍ଜି ର ବିକାଶ କରିବା ସହିତ ଗ୍ରାମାଞ୍ଚଳ ଉଦ୍ୟୋଗସମୂହକୁ ସମର୍ଥନ ଯେ।।ଗାଇବ ଏବଂ ପ୍ରଥମ ତଥା ଦ୍ୱିତୀୟ ପିଢିର ଉଦ୍ୟୋଗୀଙ୍କ ମଧ୍ୟରେ କୁଶଳତା ଓ ଜ୍ଞାନର ବିକାଶ ଘଟାଇବ । ଉଦଘାଟନି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ୟୁନିଟ ହେଡ ଶ୍ରୀ ମଜହର ବେଗ୍‍, ଜିଏମ ସିଏସଆର, ସିଆର ଆଣ୍ଡ ସଷ୍ଟେନେବିଲିଟି ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଇଡିଆଇଆଇ ଓଡ଼ିଶାର ରିଜିଓନାଲ ଇନଚାର୍ଜ ଡଃ ସୁବ୍ରତ ବିଶ୍ୱାଳ ଏବଂ ଇଡିଆଇଆଇର ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି ଅବସରରେ ଉଦ୍‍ବୋଧନ ଦେଇ ଉତ୍କଳ ଆଲୁମିନା ୟୁନିଟ ହେଡ ଶ୍ରୀ ମଜହର ବେଗ୍‍ ଆଶା ପୋଷଣ କରିଥିଲେ ଯେ, ‘ପ୍ରୋଜେକ୍ଟ ଉଦ୍ୟମୀ’ ଗ୍ରାମାଞ୍ଚଳରେ ଉଦ୍ୟୋଗ ପ୍ରୋତ୍ସାହନ କ୍ଷେତ୍ରରେ ଏକ ଅଭୁତପୂର୍ବ ରେକର୍ଡ ସ୍ଥାପନ କରିବାକୁ ଯାଉଛି ଏବଂ ଏହା ଭବିଷ୍ୟତ ପିଢି ଦ୍ୱାରା ଗ୍ରହଣ କରାଯିବାକୁ ଏହା ଏକ ଦୃଷ୍ଟାନ୍ତଯୋଗ୍ୟ ପ୍ରକଳ୍ପ ଭାବରେ ବିବେଚିତ ହେବ । ସ୍ଥାନୀୟ ଚାହିଦା ପୂରଣ କରିବାକୁ ଆବଶ୍ୟକତା ଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ବଜାର ସଂଯୋଗିକରଣକୁ ସୁଗମ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଉତ୍କଳ ଆଲୁମିନା ତାହାର ସିଆର ଆଣ୍ଡ ସଷ୍ଟେନେବିଲିଟି ବିଭାଗ ଅଧୀନକୁ ଏହି ନବୀନତମ ପ୍ରକଳ୍ପକୁ ଆଣିଥିବାରୁ ଡଃ ସୁବ୍ରତ ବିଶ୍ୱାଳ ଉତ୍କଳ ଆଲୁମିନା ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ । ସେ କହିଥିଲେ ଯେ, ଏହି ପ୍ରକଳ୍ପ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ସହିତ ଏହି ଅଞ୍ଚଳର ସ୍ଥାନୀୟ ଅର୍ଥନୀତିକୁ ବିସ୍ତାରିତ ଭାବରେ ସମର୍ଥନ ଯୋଗାଇବ ।

LEAVE A REPLY

Please enter your comment!
Please enter your name here