!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ଗୁଣପୁର)- ଦୁର୍ନୀତି ନିବାରଣ ସପ୍ତାହ ର ଶେଷ ଦିବସରେ ଓଡିଶା ଦୁର୍ନୀତି ନିବାରଣ ସଂଘର୍ଷ ମଞ୍ଚ ଗୁଣପୁର ଶାଖା , ରାୟଗଡ଼ା ଜିଲ୍ଲା ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଚଳିତ ମାସ ୨ ତାରିଖ ଦିନ ଗୁଣପୁର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର କପିଳେଶ୍ଵର ତାଣ୍ଡି , ମୁଖ୍ୟ ବକ୍ତା ଭାବେ ଖାଉଟି ବିଚାର ବିବାଦ ମଞ୍ଚ ପ୍ରାକ୍ତନ ସଭାପତି ପ୍ରଦୀପ କୁମାର ଦାଶ ଏବଂ ସମ୍ମାନିତ ଅତିଥି ଭାବେ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଜସ୍ଵନ୍ତ ହିଆଲ୍ ଯୋଗ ଦେଇଥିଲେ । ଦୁର୍ନୀତି ନିବାରଣ ନିମନ୍ତେ ଛାତ୍ର ଶକ୍ତି ସଚେତନ ହୋଇ ସମାଜ ର ଏକ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବାକୁ ମୁଖ୍ୟ ବକ୍ତା ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ।
ଓଡ଼ିଶା ଦୁର୍ନତୀ ସଂଘର୍ଷ ମଞ୍ଚ ଗୁଣପୁର ଶାଖା ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ନେତୃତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବିରୁଦ୍ଧ ରେ ସ୍ୱର ଉତ୍ତୋଳନ କରୁଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନୀତ ବ୍ୟକ୍ତିଙ୍କ ମଧ୍ୟରେ ସମାଜସେବୀ ପୂର୍ଣ ଚନ୍ଦ୍ର ଦାସ , ସାମ୍ବାଦିକ ସଂକେତ ପାତ୍ର , ଶିକ୍ଷକ ପ୍ରବୀଣ କୁମାର ରଥ , ଜିଲ୍ଲା କିନ୍ନର ସଂଘ ସମ୍ପାଦକ ତଥା ସମାଜସେବୀ ପିଙ୍କି ମହାପାତ୍ର , ସମାଜସେବୀ ରବି ଶଙ୍କର ଗମାଙ୍ଗ, ସୂଚନା ଅଧିକାର କର୍ମୀ ସିଦ୍ଧାର୍ଥ ଦାଶ ଓ ମାଧବ ବିଡ଼ିକା , କିନ୍ନର ସମ୍ପାଦକ ପିଙ୍କି ମହାପାତ୍ର , ସାମ୍ବାଦିକ ସୂର୍ଯ୍ୟ ପଟ୍ଟନାୟକ ଓ ହରିହର ଶତପଥି, ଅଟୋ ଚାଳକ ନୀଳ ମାଧବ ଶତପଥି ପ୍ରମୁଖ ଙ୍କୁ ସମ୍ମାନିତ କରଯାଇଥିଲା ।
ମଞ୍ଚ ପକ୍ଷରୁ ମଞ୍ଚାସୀନ ଅତିଥି ମାନଙ୍କୁ ସମ୍ଵର୍ଦ୍ଧିତ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ମଞ୍ଚ ର କାର୍ଯ୍ୟକାରୀ ସଭାପତି ସତ୍ୟ ନାରାୟଣ ସାହୁ ଓ ସମ୍ପାଦକ ସି. ଏଚ୍. ପ୍ରେମ କୁମାର ମଞ୍ଚାସୀନ ହୋଇଥିବା ବେଳେ ସମସ୍ତ କର୍ମକର୍ତ୍ତା ଙ୍କ ସମେତ ଗୁଣପୁର ର ଥାୟୋରାମା ମହିଳା ମହାବିଦ୍ୟାଳୟ, ବଂଶଧାରା ମହାବିଦ୍ୟାଳୟ, ମହର୍ଷି ଗୁରୁକୂଳ ମହାବିଦ୍ୟାଳୟ ଏବଂ ଗୁଣପୁର ମହାବିଦ୍ୟାଳୟର ର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସଭା ଶେଷରେ ମଞ୍ଚର ଆବାହକ ଶକ୍ତି ଦାଶ ଉପସ୍ଥିତ ସମସ୍ତ ଅତିଥି ଓ ସହଯୋଗ କାରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।